ନିଜ ଛୁଆ କୁ ବଞ୍ଚାଇବାକୁ ମା ମାଙ୍କଡ ଡେଇଁଲା ବିଦ୍ୟୁତ ତାର ଉପରେ, ଦେଖନ୍ତୁ ଭିଡିଓ

ସେ ପଶୁଟିଏ ହେଉ ଅଥବା ମଣିଷ ନିଜ ପିଲା ପାଇଁ ମାଆର ମମତା ଅନନ୍ୟ ଅଟେ। ନିଜ ଛୁଆକୁ ବଞ୍ଚାଇବାକୁ ଯାଇ ମାଆଟିଏ ନିଜ ଜୀବନକୁ ବାଜି ଲଗାଇବା ପାଇଁ ମଧ୍ୟ ପଛାଇ ନଥାଏ। ସୋସିଆଲ ମିଡିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକ ମାଙ୍କଡ଼ ତାର ଛୁଆକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି।

ଏହି ହୃଦୟସ୍ପର୍ଶୀ ଭିଡ଼ିଓଟିକୁ ଆଇ.ପି.ଏସ୍ ଅଧିକାରୀ ରୂପୀନ ଶର୍ମା ନିଜ ଟ୍ୱିଟର ଅକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ତେବେ, ଭିଡ଼ିଓଟି ଧ୍ରୁତ ଗତିରେ ଭାଇରାଲ ହେବା ସହ ଲୋକଙ୍କୁ ଖୁବ ପସନ୍ଦ ଆସିଛି।

 

ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଏକ ମାଙ୍କଡ଼ ଛୁଆକୁ ବିଦ୍ୟୁତ ତାର ଉପରେ ଝୁଲୁଥିବାର ଦେଖିବାକୁ ମିଳୁଛି। ଠିକ ସାମ୍ନା ଛାତ ଉପରେ ମାଆ ମାଙ୍କଡ଼ଟି ବସିଥିଲେ ମଧ୍ୟ ଅଧିକ ଦୂରତ୍ୱ ହେତୁ ଛୁଆ ମାଙ୍କଡ଼ଟି ଡେଇଁ ପାରୁନଥିଲା। ଏପରି ପରିସ୍ଥିତିରେ ମାଆ ମାଙ୍କଡ଼ଟି ନିଜ ଜୀବନକୁ ଖାତିର ନ କରି ତାର ଉପରକୁ ଡେଇଁ ନିଜ ଛୁଆକୁ ସୁରକ୍ଷିତ ଭାବରେ ଫେରାଇ ଆଣିଥିଲା।

 

Leave a Reply

Your email address will not be published. Required fields are marked *