Movie prime

ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ହେଲା କଡାକଡ଼ି ନିୟମ ଦେଖନ୍ତୁ ଏବେ Ai ଗଣିବ ଲୋକ ତଥା ମୋବାଇଲ ନେଇ ଯାଇଥିଲେ....

 
Bb
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। 
Gh
ଶ୍ରୀମନ୍ଦିରର ଚାରିଦ୍ୱାରରେ ସିସିଟିଭି କ୍ଯାମେରା ଲାଗିଥିବା ବେଳେ ଅତ୍ୟାଧୁନିକ ବୈଷୟିକ ବ୍ଯବସ୍ଥା କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିଲା ନିଷ୍ପତି। ଆଉ ଏବେ ଏଫ୍‌ଏଫ୍‌ସିଏସ୍ ବା ଫୁଟଫଲ କାଉଣ୍ଟିଂ ସିଷ୍ଟମ ଲଗାଯିବା ଦ୍ୱାରା ଶ୍ରୀମନ୍ଦିରରେ ସୁରକ୍ଷା ବ୍ଯବସ୍ଥା ଆହୁରି ସୁଦୃଢ ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଉପଯୋଗ କରି ଶ୍ରୀମନ୍ଦିରର ପ୍ରାୟ ୧୪ଟି ସ୍ଥାନରେ ଲାଗିବ ଏଆଇ କ୍ୟାମେରା। 
Hh
ଆଉ ଏହି ଏଆଇ କ୍ୟାମେରା କାହା ହାତରେ କ'ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହ‌ଞ୍ଚାଇ ଦେବ। ଫଳରେ ଶ୍ରୀମନ୍ଦିରରେ ନିଷିଧ ସାମଗ୍ରୀ ଜବତ ସହଜରେ ହୋଇପାରିବ। ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫସିଏସ୍ ସ୍ଥାପନ କରାଯାଉଛି। 
ଶ୍ରୀମନ୍ଦିର ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରତିଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି ତାହା ଗଣତି କରିବ। ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖିବ। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼ିଓ ଉତ୍ତୋଳନ କରି ରଖିବ। ଯାହାକୁ ଆବଶ୍ୟକ ବେଳେ ନିରୀକ୍ଷଣ ଅତି ଆରାମରେ କରାଯାଇପାରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.