Movie prime

ଖେଳୁଥିଲା କୁନି ପୁଅ ଦେଖନ୍ତୁ ମା ମାରି ପୁଅକୁ ପୋଖରୀରେ ଫୋପାଡି ଦେଲା ଆଉ ତା ପରେ ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୁନି ପୁଅଟି ଖେଳୁଥିବା ସମୟରେ ଜୀବନ ନେଇଗଲା ମା। ଆଉ ଏବେ କୁନି ପୁଅକୁ ନିଜେ ଜୀବନରୁ ମାରି ଡାକ୍ତରଖାନାରେ ବସି କାନ୍ଦୁଛି ମା। ନିଜର ଦୋଷ ଲୁଚାଇବା ପାଇଁ ଫୁଲ ପ୍ଲାଲିଂ କରିଛି ମା। ହେଲେ କୁନି ପୁଅର ମୃ-ତ୍ୟୁ ପଛରେ ମାଆର ହାତ ଅଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃ-ତ ଶିଶୁର ବାପା। ଜନ୍ମକଲା ମା ଆଉ ଅଜା ଆଇ ମିଶି କୁନି ପୁଅକୁ ମାରି ଘର ପାଖ ପୋଖରୀକୁ ଫୋପାଡି ଦେଇଥିବା କହିଛନ୍ତି ମୃତକ ଶିଶୁଟିର ବାପା। 
Hh
ତେବେ ବନ୍ଧୁଗଣ ସୂଚନା ଅନୁସାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିବା କାରଣରୁ ମା ଏଭଳି ଏକ ଚରମ ନିଷ୍ପତି ନେଇଛି। ସ୍ବାମୀ ପ୍ରତି ରାଗ ଥିବାରୁ ପ୍ରତିଶୋଧ ନେବା ପାଇଁ ଶେଷରେ ନିଜ ପୁଅକୁ ମାରିଦେଲା ମାଆ। ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ପାଇଁ ଶେଷରେ ନିରୀହ କୁନି ପିଲାଟିର ଜୀବନ ଚାଲି ଯାଇଛି। ଆଉ ମା ନିଜ ହାତରେ ଜନ୍ମ କଲା ପୁଅକୁ ମାରିଦେବା ପରେ ଡାକ୍ତରଖାନାରେ ବସି ଭୋ ଭୋ ହେଇ କାନ୍ଦୁଛି। 
Gc
ଖବର ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବୁଳିିଅଠା ଗାଁର ସୂଜେଇ କୁମାର ପରିଡ଼ାଙ୍କ ସ୍ତ୍ରୀ ଝିଲି ପରିଡ଼ା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଯେଉଁଥିପାଇଁ ସ୍ତ୍ରୀ ଝିଲି ବାପ ଘରେ ୨ ମାସ ହେବ ରହିବା ସହିତ ୩ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ନେଇଯାଇଥିଲେ। କିନ୍ତୁ ଆଜି ସକାଳେ ହଠାତ୍ ୩ ବର୍ଷର ଶିଶୁପୁତ୍ରର ମୃ-ତ୍ୟୁ ହେବା ପରେ ଝିଲି ଓ ତାଙ୍କ ବାପ ଘର ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ଏନେଇ ଖବର ପାଇ ସୂଜେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି।
ଶିଶୁପୁତ୍ରକୁ ମା ଝିଲି ପାଣିରେ ବୁଡ଼ାଇ କରିଦେଇଥିବା ସ୍ବାମୀ ଜଣଙ୍କ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ତ୍ରୀ ଝିଲି କହିଛନ୍ତି ଯେ, ଏଥିରେ ମୋର କୌଣସି ବି ଦୋଷ ନାହିଁ। ପୁଅ ଖେଳୁଥିବା ସମୟରେ ଘର ପାଖ ପୋଖରୀରେ ବୁଡି ତା'ର ଜୀବନ ଚାଲିଯାଇଛି। ଏନେଇ ପୋଲିସ ଖବର ପାଇବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଳେଶ୍ୱର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଛି। ତେବେ ଏହି ଘଟଣାକୁ ନେଇ କିଏ ସତ କହୁଛି କି ମିଛ ତାହା ପୋଲିସର ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.