Movie prime

ସମସ୍ତେ ପାଟି କରୁଥିଲେ ଚୁପ୍ କରାଇଦେଲେ ନବୀନ ପଟ୍ଟନାୟକ ଦେଖନ୍ତୁ ଆସିଲା ବଡ଼ ଖବର

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସମସ୍ତଙ୍କୁ ଚୁପ୍ କରାଇଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚଳିତ ବିଧାନସଭାର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଇଛି। ଆଉ ପ୍ରଥମ ଦିନରୁ ହିଁ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ବିରୋଧୀ ଦଳ। ଅଧିବେଶନ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଅପଣାଇଛି ବିଜେଡି। ଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ମୁହାମୁହି ହେଇଛନ୍ତି ଶାସକ ଦଳ ଓ ବିରୋଧୀ ଦଳ। ଏହି ପ୍ରସଙ୍ଗକୁ ନେଇ ଗତ ଦୁଇଦିନ ହେବ ସରଗରମ୍ ହେଇଥିବା ବେଳେ ବୁଧବାର ଦେଖିବାକୁ ମିଳିଥିଲା ଏକ ଅଲଗା ଦୃଶ୍ୟ। 
Vv
ବିଧାନସଭା ଗୃହ ଭିତରେ ସମସ୍ତେ ସଦସ୍ୟ ଯୁକ୍ତିତର୍କ କରୁଥିବା ବେଳେ ହଠାତ ଆସିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଉ ନବୀନ ପଟ୍ଟନାୟକଙ୍କୁ ଦେଖି ସମସ୍ତେ ଛିଡା ହେଇଯାଇଥିଲେ। ଏବଂ ସମସ୍ତେ ପୁରା ଚୁପ୍ ମଧ୍ୟ ହେଇଯାଇଥିଲେ। ସମସ୍ତଙ୍କ ସହିତ ନମସ୍କାର ପ୍ରତିନମସ୍କାର ଆଦାନ ପ୍ରଦାନ ପରେ ନବୀନ ପଟ୍ଟନାୟକ ନିଜ ଆସନରେ ଯାଇ ବସିଥିଲେ। ଏହି ଦୃଶ୍ୟ ହେଉଛି ବୁଧବାର ବିଧାନସଭା ଗୃହ ଭିତରେ ଉପବାଚସ୍ପତି ନିର୍ବାଚିତ ହେବା ସମୟର। 
Vg
ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ଭାବେ ନିର୍ବାଚିତ ହେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ତଳସରା ସଂରକ୍ଷିତ ବିଧାନସଭା ଆସନରୁ ବିଜେପି ଟିକେଟରେ ପାର୍ଥି ହେଇ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଇଥିବା ଭବାନୀ ଶଙ୍କର ଭୋଇ ମଙ୍ଗଳବାର ଉପବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଉ ବୁଧବାର ସେ ବିଧାନସଭାର ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇଙ୍କ ନାଁ ଘୋଷଣା କରିଥିଲେ। 
ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଛା ଜଣାଇଥିଲେ। ତେବେ ଏହା ପୂର୍ବରୁ ଯେତେବେଳେ ନବୀନ ପଟ୍ଟନାୟକ ଗୃହ ଭିତରକୁ ପ୍ରବେଶ କରିଥିଲେ ସେତେବେଳେ ସମସ୍ତ ସଦସ୍ୟ ପୁରା ଚୁପ୍ ହେଇ ଛିଡ଼ା ହେଇଥିବାର ଦେଖିବାକୁ ମିଳିଥିଲା। ଆଉ ଯେତେବେଳେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନୂଆ ଉପବାଚସ୍ପତି ଭାବେ ନିର୍ବାଚିତ ହେଇଥିବା ଭବାନୀ ଶଙ୍କର ଭୋଇଙ୍କୁ ଶୁଭେଛା ଜଣାଇଥିଲେ ସେତେବେଳେ ଗୃହର ସମସ୍ତ ସଦସ୍ୟ ନୀରବ ଶୁଣିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.