Movie prime

ନା ଟିକିଏ କମ ନା ଟିକିଏ ବେଶୀ ଦେଖନ୍ତୁ ଦଶମ ପରୀକ୍ଷାରେ ଜାଆଁଳା ଭଉଣୀଙ୍କ ଜାଆଁଳା ନମ୍ବର

 
Gv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vv
ବନ୍ଧୁଗଣ ଦଶମ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀ ରଖିଲେ ଯାଆଁଳା ନମ୍ବର। ଦୁଇ ଭଉଣୀ ଦେଖିବା ପାଇଁ ମଧ୍ୟ ପୁରା ଏକାଭଳି। ସୂଚନା ଅନୁସାରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୀଙ୍ଗେଶ୍ୱର ପଞ୍ଚାୟତ ଲମ୍ୱଦରପୁର ଗାଁରେ। ଦୁଇ ଯାଆଁଳା ଭଉଣୀଙ୍କ ନାଁ ହେଉଛି କରିଶ୍ମା ବିଶ୍ଵାଳ ଆଉ ଜଣେ କରିନା ବିଶ୍ଵାଳ। ଯାଆଁଳା ଭଉଣୀ ରୂପେ ଜନ୍ମ ନେଇଥିଲେ ଦୁଇ ଭଉଣୀ। 
Gg
ଦୁଇ ଭଉଣୀ ସମାନ ଅନୁଭବ ମଧ୍ୟ କରିଥାନ୍ତି। ଜଣଙ୍କୁ ଆଘାତ ଲାଗିଲେ ଆଉ ଜଣଙ୍କୁ କଷ୍ଟ ହେଇଥାଏ। ପାଠପଢାରେ ମଧ୍ୟ ଦୁଇଜଣ ଭଉଣୀ ମେଧାବୀ ଛାତ୍ରୀ ଅଟନ୍ତି। ସେଥିପାଇଁ ଆଜି ପରୀକ୍ଷାରେ ମଧ୍ୟ ଦୁଇ ଭଉଣୀ ସମାନ ମାର୍କ ରଖିଛନ୍ତି। ଦୁଇ ଭଉଣୀ ୫୫୨ ମାର୍କ ରଖି 'A' ଗ୍ରେଡ ହାସଲ କରିଛନ୍ତି। ଉଭୟ ମଧ୍ୟରେ ପାଠପଢାକୁ ନେଇ ରହିଥାଏ ପ୍ରତିଯୋଗିତା। ଯାଆଁଳା ଭଉଣୀ କେବେ ଭାବିନଥିଲେ ଯେ ସେମାନେ ଏକା ନମ୍ୱର ରଖିବେ ବୋଲି। 
କିନ୍ତୁ ଏବେ ସମାନ ମାର୍କ ରଖି ରେକର୍ଡ଼ କରିଛନ୍ତି ଦୁଇ ଭଉଣୀ। ଏହି ସଫଳତା ଶ୍ରେୟ ତାଙ୍କ ପିତା, ମାତା, ଗୁରୁଜୀ, ଗୁରୁମା ଏବଂ ପ୍ରଧାନ ଆଚାର୍ଯ୍ୟଙ୍କୁ ଦେଇଛନ୍ତି। ଯାଆଁଳା ଭଉଣୀଙ୍କ ସଫଳତାରେ ବହୁତ ଖୁସି ପରିବାର ଲୋକେ। ଉଭୟ ଦୁଇ ଭଉଣୀଙ୍କର ଏଭଳି ମାର୍କ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ତେବେ ଦୁଇଯାଆଁଳା ଝିଅଙ୍କ ମା କହିଛନ୍ତି ଯେ, "ତାଙ୍କ ଦୁଇଯାଆଁଳା ଝିଅ ହେଉଛନ୍ତି ଝିଅ ନୁହଁନ୍ତି ତାଙ୍କ ପୁଅ ଅଟନ୍ତି"।