Movie prime

ନାହାନ୍ତି ଡ଼ାକ୍ତର ରୋଗୀଙ୍କୁ ଔଷଧ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ ଦେଖନ୍ତୁ - Exclusive

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଦେଖିବାକୁ ମିଳୁଛି ସ୍ବାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଦେଇଛନ୍ତି ଔଷଧ। ଯେଉଁ କାମ ଫାର୍ମାସିଷ୍ଟ କରିବା କଥା ସେହି କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ। ଫାର୍ମାସିଷ୍ଟ ଜାଗାରେ ବସିଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ରୋଗୀ ମାନଙ୍କୁ ନିର୍ଭୟରେ ଦେଉଛନ୍ତି ଔଷଧ। ଏହି ଘଟଣା ଦୀର୍ଘଦିନ ହେବ ଚାଲିଛି।
Vv
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନରେ ଥିବା ଡୁଙ୍ଗୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ। ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ଅଜିତ କୁମାର ମହାନ୍ତି। ଅନେକ ଦିନ ହେବ ରୋଗୀଙ୍କୁ ସେ ଔଷଧ ଦେଉଥିବା କଥା ନିଜ ମୁହଁରେ ମାନିଛନ୍ତି। ଏନେଇ ଏଠାକୁ ଆସୁଥିବା ରୋଗୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ସିକ୍ୟୁରିଟି ଗାର୍ଡ ନିଜେ କହିଛନ୍ତି ଯେ, "ଫାର୍ମାସିଷ୍ଟ କହିବାରୁ ସେ ରୋଗୀ ମାନଙ୍କୁ ଔଷଧ ଦେଉଛନ୍ତି"। 
ସେପଟେ ଫାର୍ମାସିଷ୍ଟ ମଧ୍ୟ ମାନି ଯାଇଛନ୍ତି ଯେ, ତାଙ୍କ ଜାଗାରେ ସିକ୍ୟୁରିଟି ଗାର୍ଡ ବସିଛନ୍ତି। ଫାର୍ମାସିଷ୍ଟ କହିଛନ୍ତି କି, "ସ୍ବାସ୍ଥ୍ୟ କେନ୍ଦ୍ରରେ କେହି କର୍ମଚାରୀ ନଥିବାରୁ ବାଧ୍ୟ ହେଇ ସିକ୍ୟୁରିଟି ଗାର୍ଡଙ୍କୁ କହିବାକୁ ପଡ଼ିଥିଲା ରୋଗୀଙ୍କୁ ଔଷଧ ଦେବା ପାଇଁ"। ଡାକ୍ତର ସାଇଶଶି ପ୍ରକାଶ ବରାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ମଧ୍ୟ ମାନି ଯାଇଛନ୍ତି ଯେ, "ସିକ୍ୟୁରିଟି ଗାର୍ଡ ଔଷଧ ଦେଉଛନ୍ତି"।