କେବଳ ଏହି ଭୁଲ ପାଇଁ ମିଳୁନି ସୁଭଦ୍ରା ଯୋଜନା ଟଙ୍କା ଜାଣନ୍ତୁ କେଉଁଠି ରହୁଛି ତ୍ରୁଟି
Sep 22, 2024, 15:51 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁଭଦ୍ରା ଟଙ୍କା ଯାହାକୁ ମିଳିଛି ସେମାନେ ଖୁସି କିନ୍ତୁ ଯେଉଁ ମାନଙ୍କୁ ମିଳିନି ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ୨୫ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି। କିନ୍ତୁ ଆହୁରି ଲକ୍ଷ ଲକ୍ଷ ମହିଳା ଏବେ ବି ‘ସୁଭଦ୍ରା’ ଟଙ୍କାକୁ ଅପେକ୍ଷା କରି ରହିଛନ୍ତି। ଅନେକ ହିତାଧିକାରୀଙ୍କର ପଞ୍ଜିକରଣ କଟି ଯାଇଛି। ସେମାନେ ଟଙ୍କା ପାଇବା ପାଇଁ ଯୋଗ୍ୟ ଥାଇ ମଧ୍ୟ ସେମାନଙ୍କୁ ଟଙ୍କା ମିଳି ନାହିଁ।
ଟଙ୍କା କାହିଁକି ଆକାଉଣ୍ଟକୁ ଆସୁନାହିଁ ବୋଲି ଉଠିଛି ପ୍ରଶ୍ନ। ଏହାର କାରଣ ହେଉଛି, ସେମାନେ ସେମାନଙ୍କର ପଞ୍ଜିକରଣକୁ ସଠିକ ଭାବରେ କରି ନାହାଁନ୍ତି। ଯେଉଁଥିପାଇଁ ସୁଭଦ୍ରା ଟଙ୍କା ପାଇବା ପାଇଁ ସେମାନେ ଯୋଗ୍ୟ ଥାଇ ମଧ୍ୟ ଆଜି ତାଙ୍କୁ ଟଙ୍କା ମିଳି ପାରିନାହିଁ। ଯଦି ଆପଣମାନେ ମଧ୍ୟ ଟଙ୍କା ପାଇବାକୁ ଚାହୁଁଛନ୍ତି, ତାହାଲେ ଏମିତି ଭୁଲ କରନ୍ତୁ ନାହିଁ। ଓଡ଼ିଶାରେ ପ୍ରତିଟି ମହିଳାଙ୍କ ଆକାଉଣ୍ଟକୁ ଆସିଛି ୫ ହଜାର ଟଙ୍କା ଲେଖାଏଁ ସୁଭଦ୍ରା ଟଙ୍କା।
ଆଗକୁ ଆହୁରି ମଧ୍ୟ ମଳିବ। ଯାହାକୁ ନେଇ ଏବେ ସବୁ ମହିଳା ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାରେ ଲାଗି ପଡ଼ିଛନ୍ତି। ଆପଣ ଯଦି ସୁଭଦ୍ରା ଟଙ୍କା ପାଇଁ ପଞ୍ଜିକରଣ କରିବାକୁ ଯାଉଛନ୍ତି, ତାହେଲେ ଏହି ୩ ଭୁଲ ପ୍ରତି ଟିକିଏ ଧ୍ୟାନ ରୁହନ୍ତୁ। ଯଦି ଭୁଲ କରିବେ ତାହାଲେ ଆକାଉଣ୍ଟକୁ ଟଙ୍କା ଆସି ପାରିବ ନାହିଁ। ସେଥିପାଇଁ ପଞ୍ଜିକରଣ କରିବା ପୂର୍ବରୁ ବାରମ୍ବାର ଯାଞ୍ଚ କରି ପକାନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ କଣ କଣ ଅଟେ।
୧:- ପ୍ରଥମେ ଆପଣଙ୍କର ଆଧାର କାର୍ଡ କାମ କରୁଥିବା ଦରକାର।
୨:- ଆପଣଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ନମ୍ବର ଲିଙ୍କ ହୋଇଥିବା ଆବଶ୍ୟକ।
୩:- ବ୍ୟାଙ୍କ ଖାତାରେ ଡିବିଟିର ସୁବିଧା ଥିବା ଦରକାର। ଡିବିଟିର ଅର୍ଥ ହେଉଛି ଗୋଟିଏ ବ୍ୟାଙ୍କରୁ ଆପଣଙ୍କ ବ୍ୟାଙ୍କକୁ ସିଧାସଳଖ ଭାବରେ ଟଙ୍କା ନେଣଦେଣ ହେବାର ପ୍ରକ୍ରିୟାକୁହାଯାଏ ଡିବିଟି।
୪:- ଏହା ବ୍ୟତୀତ ଯେତେବେଳେ ପଞ୍ଜିକରଣ ଫର୍ମରେ ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବର ଲେଖୁଛନ୍ତି, ସେହି ନମ୍ବରଟି ଆପଣଙ୍କୁ ଠିକ ଭାବରେ ଲେଖିବାକୁ ପଡ଼ିବ।