Movie prime

ଆସିଲା ବର୍ତ୍ତମାନ ବଡ଼ ଖବର ଦେଖନ୍ତୁ ଝାରସୁଗୁଡ଼ାରୁ ହାରିଲେ ଦିପାଳି ଜିତିଲେ ଟଙ୍କଧର ତ୍ରିପାଠୀ

 
Yh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆରମ୍ଭ ହୋଇଛି ଲୋକସଭା ଓ ବିଧାନସଭା ନିର୍ବାଚନର ଭୋଟ ଗଣତି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି। ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି। ତେବେ ଚଳିତ ନିର୍ବାଚନରେ ବିଜେଡ-ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର। ଜାରି ରହିଛି ୨୦୨୪ ନିର୍ବାଚନର ଫଳାଫଳ ଗଣତି। ଏହାରି ଓଡ଼ିଶାରେ ବିଜେପି ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡିକୁ ଲାଗିଛି ପ୍ରଥମ ଝଟକା। 
Hh
ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଥିବା ବିଧାୟିକାଙ୍କୁ ହରାଇଛନ୍ତି ଟଙ୍କଧର ତ୍ରିପାଠୀ। ସେ ୧ ହଜାର ୩୨୨ ଖଣ୍ଡ ଭୋଟରେ ଦୀପାଳିଙ୍କୁ ହରାଇଥିବା ସୂଚନା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୀପାଳି ଆଗଉଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ପଛରେ ପଡିଥିଲେ। 
Hh
ଦୀପାଳିଙ୍କୁ ନେଇ ବିଜୟ ପାଇଁ ଆଶା ଥିଲେ ବି ସବୁ ଆଶା ମଳିନ ପଡିଛି। ଶେଷରେ ଟଙ୍କଧର ତ୍ରିପାଠୀ ବିଜୟର ଧ୍ୱଜା ଉଡାଇଛନ୍ତି ଦିପାଳୀଙ୍କ ଠାରୁ କମ୍ ମାର୍ଜିନରେ ଜିତାପଟ ମାରିଛନ୍ତି। ନବ ଦାସ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବାପାଙ୍କ ସିଟ୍‌ରୁ ଦୀପାଳି ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ। 
ସେତେବେଳେ ମଧ୍ୟ ଟଙ୍କଧର ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ପରାସ୍ତ ହୋଇଥିଲେ। ମାତ୍ର ଚଳିତ ଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ଟଙ୍କଧର। ଫଳରେ ଝାରସୁଗୁଡ଼ାରେ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଜିତିବା ପରେ ଟଙ୍କଧର ତ୍ରିପାଠୀଙ୍କର ସମର୍ଥକଙ୍କର ରାଲି କରାଯାଇଛି। ଏନେଇ କେବଳ ନିର୍ବାଚନ କମିସନଙ୍କ ଘୋଷଣାକୁ ‌ଅପେକ୍ଷା କରାଯାଇଛି।