ଓଡ଼ିଶାର ସମୁଦ୍ର କୂଳକୁ ଭାସି ଆସିଲା ମିସାଇଲ..ଲୋକେ କହିଲେ ପାକିସ୍ତାନ ପଠେଇଛି ଆଉ ତାପରେ
Feb 28, 2025, 17:26 IST

ଏବେ ସମୁଦ୍ର କୂଳରେ ମିସାଇଲ ଭଳି ଏକ ଲୌହ ପିଣ୍ଡ ଲାଗିଥିବାର ଖବର ସାମ୍ନାକୁ ଆସିଛି । ଆଉ ଏହି ବଡ ଲୁହା ପିଣ୍ଡକୁ ଦେଖି ଏବେ ଲୋକମାନେ ମନରେ ଅନେକ କଥା ଭାବିବା ସହ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏବେ ଏହି ବିଷୟରେ ଆପଣମାନେ ଜାଣିପାରିବେ । କେଉଁଠୁ ଆସିଲା ଏତେ ବଡ ମିଶାଇଲ ଭଳି ଜିନିଷ । ଏହି ଲୌହ ପିଣ୍ଡ ମିଶାଇଲ୍ ଭଳି ଦେଖାଯାଉଛି । ଏହି ଖବର ଆସିବା ମାତ୍ରକେ ଲୋକମାନେ ଘରୁ ଧାଇଁ ଆସିଲେ । ଆଉ ସମୁଦ୍ର କୂଳରେ ଘେରିଗଲେ ।

ଲୋକମାନେ ଘରୁ ଧାଇଁ ଆସି ଏହି ଲୁହା ପିଣ୍ଡ ଚାରିପାଖେ ଘେରିଗଲେ । ନୌସେନା କର୍ମଚାରୀ ଏହି ଲୋକମାନଙ୍କୁ ଦେଖି ଦୌଡ ଦୌଡ ବୋଲି କହି ସେଠାକୁ ପଳାଇ ଆସିଲେ । ଏହି ଲୁହା ପିଣ୍ଡ ବିଶାଳକାୟ ଅଟେ । ଆଉ ଏହା ଦେଖିବାକୁ ଏକ ମିଶାଇଲ ଭଳି । ଏହି ବିଶାଳକାୟ ଲୁହା ପିଣ୍ଡ କେଉଁଠୁ ଆସିଲା ଆଉ କିଏ ଏହାକୁ ସମୁଦ୍ର ଭିତରେ ଏଭଳି ପକାଇଥିଲା ଏବେ ଏହାକୁ ନେଇ ଅନେକ ଖବର ଆସୁଛି । ଗାଁ ଲୋକମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ଅନେକ ଲୋକ ଏବେ ଅନେକ ପ୍ରକାରର କଥା କହୁଛନ୍ତି ।

କିଏ କିଏ କହୁଛନ୍ତି ଏହି ଲୁହାର ରଙ୍ଗ ସବୁଜ ଆଉ ଏହାକୁ ପାକିସ୍ତାନ ପଠାଇଛି ବୋଲି । ଆଉ କେହି କହୁଛନ୍ତି ଏହାକୁ ବଙ୍ଗଳାଦେଶ ପଠାଇଛି । ଏହି ମିଶାଇଲ ଭଳି ଲୌହ ପିଣ୍ଡକୁ ଦେଖି ସମୁଦ୍ର କୂଳରେ ରହୁଥିବା ଲୋକଙ୍କୁ ଭୋକ କରୁନାହିଁ । ଏହି ମିଶାଇଲ୍ କାଳେ ଫାଟିଯିବ ସେଥିପାଇଁ ସମସ୍ତେ ଭୟଭୀତ ହେଉଥିଲେ । ଏହି ଲୌହ ପିଣ୍ଡ ଦେଖିବା ପରେ ଦୂରରୁ ଶୁଭିଲା ସମସ୍ତେ ପାଖେଇ ଯାଅରେ ଆଉ ଏହି ଜିନିଷ ଠାରୁ ଦୂରରେ ରୁହ । ଏହି ପାଟି ଥିଲା ନୌସେନା ବାହିନୀର ।
ଏହି ମିଶାଇଲ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଟେଶ୍ୱର ପରମପେଣ୍ଠା ସମୁଦ୍ର କୂଳରେ । ଏହି ଲୁହା ପିଣ୍ଡକୁ ଦେଖି ଅନେକ ମତ ଆସୁଛି । କିଏ କହୁଛନ୍ତି ଏହି ଯନ୍ତ୍ରାଂଶ ଜାହାଜରେ ଲାଗିଥାଏ । ଆଉ କେହି କହୁଛନ୍ତି ଏହା ପାଣିର ସ୍ତର ମାପିଥାଏ । କୌଣସି କାରଣରୁ ଏହା ବିଛିନ୍ନ ହୋଇ କୂଳରେ ଲାଗିଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଏହି ମିଶାଇଲ୍ ଦେଖିବାକୁ ଅନେକ ଲୋକ ଆସିଥିଲେ । ଆଉ ଏବେ ଏହାକୁ ନେଇ ସଠିକ୍ କଥା ଜଣାପଡ଼ି ନାହିଁ ବୋଲି ସୂଚନା ମିଳିଛି ।