Movie prime

ଓଡ଼ିଶା ଗାଦିକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ହୋଇପାରେ ଓଡ଼ିଶାରେ ଝୁଲା ସରକାର

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ରାଜନୀତି ଦଳ କହିଲେ ବିଜେଡି ଆଉ ବିଜେପି ମଧ୍ୟରେ ଚାଲୁଥିବା ଟକ୍କରକୁ ବୁଝାଯାଏ । ଏବେ ନିକଟରେ ଭୋଟ ଦାନ ପ୍ରକ୍ରିୟା ଶେଷ ହୋଇଛି । ଆଉ ଏବେ ଏକ୍ଜିଟ ପୋଲ ରିପୋର୍ଟ ଆସିଛି ।
Iu
ଏହି ରିପୋର୍ଟ ସମସ୍ତଙ୍କୁ ଚମକେଇ ଦେଇଛି । ବିଜେଡି ଆଉ ବିଜେପି ମଧ୍ୟରେ ହେବ କଣ୍ଟେ କା ଟକ୍କର । ଓଡ଼ିଶାରେ ହୋଇପାରେ ଝୁଲା ସରକାର । ୨୦୨୪ ମସିହା ନିର୍ବାଚନରେ ହୋଇଥିବା ରିପୋର୍ଟ ଅନୁଯାୟୀ ସବୁ କିଛି ବଦଳି ଯାଇଛି । ଏବେ ଆସିଥିବା ଇଣ୍ଡିଆ ଟୁ ଡେର ଏକ୍ଜିଟ ପୋଲ ରିପୋର୍ଟ ଆଶ୍ଚର୍ଯ୍ୟ କରିଲା ଭଳି କଥା ଦେଇଛି । ବିଧାନସଭା ଆସନକୁ ନେଇ ଏଭଳି କିଛି ମତ ଦେଇଛି ଏହି ରିପୋର୍ଟ । ଏଥର ଏହି ଠାରେ କୌଣସି ବି ଦଳକୁ ବହୁମତ ମିଳିପାରେ । ଉଭୟ ଦଳ ଭିତରୁ କାହାକୁ ବି ବହୁମତ ମିଳି ନପାରେ । 
Jki
ରାଜ୍ୟରେ ଝୁଲା ସରକାର ହୋଇପାରେ ବୋଲି ଏବେ ଖବର ଆସିଛି । ଉଭୟ ସମାନ ସଂଖ୍ୟକ ଆସନରେ ବିଜୟ ଲାଭ କରିପାରନ୍ତି । ଏକ୍ଜିଟ ପୋଲ ରିପୋର୍ଟ କହୁଛି ଉଭୟ ବିଜେଡି ଆଉ ବିଜେପିକୁ ୪୨ ଶତକଡା ଭୋଟ ମିଳିପାରେ । କଂଗ୍ରେସକୁ ୧୨ ପ୍ରତିଶତ ଏବଂ ଅନ୍ୟ ଦଳମାନଙ୍କୁ ୪ ଶତକଡା ଭୋଟ ମିଳିପାରେ ବୋଲି ରିପୋର୍ଟ ଆସିଛି । ବିଜେଡି ଦଳ ୬୨ ରୁ ୮୦ଟି ଆସନ ଭିତରୁ ଦାଖଲ କରିପାରେ ବୋଲି ରିପୋର୍ଟ ଆସିଛି । ଆଉ ଏହାସହ ବିଜେପି ମଧ୍ୟ ୬୨ ରୁ ୮୦ଟି ଆସନ ଦାଖଲ କରିପାରେ ବୋଲି ରିପୋର୍ଟ ଆସିଛି ।
ରାଜ୍ୟରେ ମୋଟ ୧୪୭ଟି ବିଧାନସଭା ଆସନ ଥିବା ବେଳେ ଯେଉଁ ଦଳ ୭୪ଟି ସିଟ ପାଇବ ସେହିଁ ଶାସନ ଭାର ସମ୍ଭାଳିବ ବୋଲି ସୂଚନା ମିଳିଛି । ଏହାକୁ ବିଜେଡି କିମ୍ବା ବିଜେପି କୌଣସି ବି ଦଳ ହାସଲ କରିପାରନ୍ତି । ଏହା ରାଜ୍ୟ ରାଜନୀତିରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିବ । ଓଡ଼ିଶାରେ ଝୁଲା ସରକାର ଗଠନ ହୋଇପାରେ । ଯଦି ଏହି ଏକ୍ଜିଟ ପୋଲ ରିପୋର୍ଟ ସତ ହୁଏ ତାହେଲେ ଝୁଲା ସରକାର ଚାଲିବ । ନହେଲେ ବିଜେଡି କିମ୍ବା ବିଜେପି ଶାସନ କରିବ । ଆଉ ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ ରାଜ୍ୟରେ କେଉଁ ଦଳ ଶାସନ କରିବ ।