Movie prime

ହେ ପ୍ରଭୁ କେତେ ବଡ଼ ଅଘଟଣ ଘଟିଗଲା..ପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଥିଲା କାହା ଭୁଲ୍??

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୁରୀ ରେ ପହଣ୍ଡି ବେଳେ ଘଟିଛି ବଡ଼ ଅଘଟଣ।ସୂର୍ଯ୍ୟ ନାରାୟଣ ରଥଶର୍ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ବଡ଼ ଠାକୁର ବଳଭଦ୍ର ସେବାୟତ ଙ୍କ ଦାୟିତ୍ଵ ହୀନତା ଯୋଗୁ ପଡ଼ି ଯାଇଛନ୍ତି।ଯେଉଁ ଘଟଣା କେବେ ଘଟି ନଥିଲା ଆଜି ଏମିତି କେମିତି ଘଟିଲା,ବଡ଼ ଠାକୁର ବଳଭଦ୍ର କେମିତି ତଳେ ପଡିଗଲେ ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
Hh
ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଥିବା ଦୃଶ୍ୟ କୁ ଯିଏ ବି ଦେଖୁଛନ୍ତି ଭୟଭୀତ ହୋଇ ପଡିଛନ୍ତି।ବଡ଼ ଠାକୁର ବଳଭଦ୍ର ଙ୍କୁ ଯେତେବେଳେ ଆଡ଼ପ ମଣ୍ଡପ ପହଣ୍ଡି କରାଯାଉଥିଲା ସେତିକି ବେଳେ ଏଭଳି ଘଟଣା ଘଟିଛି।ଆଉ ତାପରେ କାହାରି ପାଟିରୁ ଯେମିତି ଜବାବ ନାହିଁ।ଆଉ ଦେଖୁ ଦେଖୁ ୬ ରୁ ୭ ଜଣ ସେବାୟତ ଗୁରୁତର ହୋଇ ପଡିଛନ୍ତି।ଆଉ ସମସ୍ତଙ୍କୁ ତୁରନ୍ତ ଧରି ମେଡିକାଲ କୁ ନେଇ ଯାଇଥିଲେ।ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଏଭଳି ଅଭାବନୀୟ ଘଟିଥିବା ବେଳେ ସମସ୍ତଙ୍କ ମନରେ ଏବେ ଅନେକ ଭୟ।
Gh
ଲୋକମାନେ ଆଲୋଚନା କରିବାରେ ଲାଗିଛନ୍ତି ଯେ ଏହା କୌଣସି ବିପଦ ର କିଛି ସଙ୍କେତ।କାରଣ ଏଭଳି ଘଟଣା କେବେ ଘଟି ନଥିଲା।ପହଣ୍ଡି ସମୟରେ ଦଇତାପତି ସେବାୟତ ଙ୍କ ହାତ ରୁ ପ୍ରଭୁ ବଳଭଦ୍ର ଖସି ଯିବାରୁ ପ୍ରଭୁ ବଳଭଦ୍ର ରଥ ଚାରମାଳ ଉପରେ ପଡିଗଲେ।ଏହି ଘଟଣା ରେ ଅନେକ ସେବାୟତ ଆହତ ହୋଇଛନ୍ତି।ଚିକିତ୍ସା ପାଇଁ ସେବାୟତ ମାନଙ୍କୁ ମେଡିକାଲ ନିଆଯାଇଛି।ପ୍ରଭୁ ବଳଭଦ୍ର ଙ୍କ ପହଣ୍ଡି ବେଳେ ଏଭଳି ତ୍ରୁଟି କିଭଳି ହେଲା ସେନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।
ସୂର୍ଯ୍ୟ ନାରାୟଣ ରଥଶର୍ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେବାୟତ ମାନଙ୍କର ଦାୟିତ୍ଵ ହୀନତା ଯୋଗୁ ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଛନ୍ତି।ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.