Movie prime

ଦିନେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଥିଲେ ଆଉ ଆଜି ନିଜେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ମୋହନ ଚରଣ ମାଝୀଙ୍କ Exclusive Visual

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। 
Hh
ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଧୁଗଣ ଆଜିଠୁ ନବୀନଙ୍କ ଗାଦିରେ ବସିବେ ମୋହନ ମାଝୀ। ଦୀର୍ଘ ୨୫ ବର୍ଷରୁ ନବୀନଙ୍କ ପଛରେ ରହି ଗାଦି ହାତେଇନେଇଛନ୍ତି ମୋହନ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋହନ ମାଝୀଙ୍କ ସର୍ମ୍ପକ ଖୁବ୍ ପୁରୁଣା। ନବୀନଙ୍କୁ ନିଜ ଗୁରୁ ମାନି ଅନୁପ୍ରାଣିତ ହୋଇଥିଲେ ମୋହନ। 
Gg
ଆଉ ଆଜି ସେହି ଗୁରୁଙ୍କ ଗାଦିରେ ବସିବେ ଶିଷ୍ୟ। ୧୯୯୨ ମସିହାରେ କେନ୍ଦୁଝର ସଦର ବ୍ଲକ ରାୟକଳା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିଜର ରାଜନୈତିକ ଜୀବନି ଆରମ୍ଭ କରିଥିଲେ ମୋହନ ମାଝୀ। ଯେଉଁ ସମୟରେ ବିଜୁ ବାବୁଙ୍କ ରାଜୁତି ଚାଲୁଥିଲା। ସେହି ସମୟରୁ ହିଁ ମୋହନ ବିଜୁ ବାବୁଙ୍କୁ ନିଜ ଆଦର୍ଶ ମାନି ନେଇଥିଲେ। ଆଉ ରାଜନିତିରେ ପ୍ରବେଶ କରିଥିଲେ। କିନ୍ତୁ ସେ ସମୟରେ ରାଜନୀତି କ୍ୟାରିୟରରେ ତାଙ୍କ ହାର ହୋଇଥିଲା। 
ଏହା ପରେ ସେ ଝୁମ୍ପୁରା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ଶିକ୍ଷକତା କରିଥିଲେ। ୧୯୯୭ ମସିହାରେ ସେ ପୁଣି ରାୟକଳା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଆଉ ଜିତିଥିଲେ ମଧ୍ୟ। ପରେ ପରେ ସେ ବିଜେପିରେ ଯୋଗ ଦେଇ ବିଧାୟକ ପଦରୁ ଲଢିଥିଲେ। ଆଉ ୨୦୦୦ ମସିହାରେ ସେ ନିର୍ବାଚିତ ହୋଇ ବିଧାନ ସଭାକୁ ଆସିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.