Movie prime

ଖୋଲୁଛି ରହସ୍ୟ ଦେଖନ୍ତୁ କେମିତି ବଦଳିଲା ଚାଦର ରଙ୍ଗ ଆସିଲା ବହୁତ୍ ବଡ଼ ଅପଡେଟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତା ଆର.ଜି.କର ମେଡିକାଲ କଲେଜରେ ଟ୍ରେନୀ ଡାକ୍ତରଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାକୁ ନେଇ ଦେଶବାସୀଙ୍କ ମନରେ ଆକର୍ଷ ବଢିବାରେ ଲାଗିଛି। ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଦିନକୁ ଦିନ ବଢ଼ିବାରେ ଲାଗିଛି ସସ୍ପେନସ୍। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ୩୧ ବର୍ଷୀୟା ମହିଳା ଟ୍ରେନୀ ଡାକ୍ତରଙ୍କ ଦୁ-ଷ୍କ-ର୍ମ କରିଥିବା ଏକ ପ୍ରକାର ସ୍ପଷ୍ଟ ହେଇଥିଲେ ବି ଅନେକ ଘଟଣାରୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସନ୍ଦେହ ସୃଷ୍ଟି ହେଉଛି। ଏହିସବୁ ଭିତରେ ଆଉ ଏକ ସଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ଟ୍ରେନି ଡାକ୍ତରଙ୍କ ବାପା ମା। 
Hh
ସିବିଆଇ ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ହସ୍ପିଟାଲ କତୃପକ୍ଷ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା କହିଛନ୍ତି। ପୀଡ଼ିତାଙ୍କ ମୃ-ତ-ଦେ-ହ ଉପରୁ ବେଡସିଟ ବା ଚାଦର ବଦଳା ଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ମା। ଖାଲି ପୀଡ଼ିତାଙ୍କ ବାପା ମା ନୁହନ୍ତି ହସ୍ପିଟାଲର ଜୁନିୟର ଡାକ୍ତର ମାନେ ବି ଆଣିଛନ୍ତି ସମାନ ଅଭିଯୋଗ। ଘଟଣା ଘଟିଥିବା ଆର.ଜି.କର ମେଡିକାଲ କଲେଜର ଜୁନିୟର ଡାକ୍ତର ମାନଙ୍କ କହିବା ଅନୁସାରେ, "ସେମିନାର ହଲରେ ଟ୍ରେନି ଡାକ୍ତରଙ୍କ ମୃ-ତ-ଦେ-ହ ଏକ ନୀଳ ଗଦି ଉପରେ ପଡିଥିଲା। ଆଉ ମୃ-ତ-ଦେ-ହ ଉପରେ ଏକ ନୀଳ ବେଡସିଟ ମଧ୍ୟ ଘୋଡ଼ା ହେଇଥିଲା। ଏପରିକି ଘଟଣାସ୍ଥଳରେ ସୋସିଆଲ ମିଡିଆରେ ଆସିଥିବା ଫୋଟରେ ବି -ତ-ଦେ-ହ ଉପରେ ନୀଳ ଚାଦର ଘୋଡ଼ା ହେଇଥିଲା"। କିନ୍ତୁ ପୀଡିତାଙ୍କ ବାପା ମା ମୃ-ତ-ଦେ-ହ ଦେଖିଲା ବେଳକୁ ଚାଦରର ରଙ୍ଗ ବଦଳି ସାରିଥିଲା। 
Hh
ଖାଲି ସେତିକି ନୁହେଁ ଚାଦର ସହିତ ମୃ-ତ-ଦେ-ହର ସ୍ଥିତି ମଧ୍ୟ ବଦଳି ଯାଇଥିବା ଅଭିଯୋଗ ହେଇଛି। ତେବେ ପୀଡିତାଙ୍କ ପରିବାରର ଏଭଳି ଅଭିଯୋଗକୁ ସିବିଆଇ ମଧ୍ୟ ବେଶ୍ ଗୁରୁତ୍ୱର ସହ ନେଇଛି। ସେପଟେ ମୃ-ତ-ଦେ-ହରୁ ଚାଦର ବଦଳାଇବା ଅଭିଯୋଗକୁ ଖଣ୍ଡନ କରିଛି କୋଲକାତା ପୋଲିସ। ସେଣ୍ଟ୍ରାଲ ଡିଭିଜନର ଡେପୁଟି କମିଶନର ଇନ୍ଦିରା ମୁଖାର୍ଜୀ ଏହାକୁ ସଂପୂର୍ଣ୍ଣ ଭିତ୍ତି ହୀନ ଅଭିଯୋଗ ବୋଲି କହିଛନ୍ତି। ତେବେ ଡେପୁଟି ପୋଲିସ କମିଶନର ଏପରି ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ଟ୍ରେନି ଡାକ୍ତରଙ୍କ ବାପା। ପୋଲିସ ଓ ମେଡ଼ିକାଲ କଲେଜର ଅଧିକାରୀ ମାନେ ଆରମ୍ଭରୁ ହିଁ ଘଟଣା ଚପେଇବାକୁ ପ୍ରୟାସ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା। 
ଏହି ଘଟଣାକୁ ନେଇ ସିବିଆଇର ପୂର୍ବତନ ମୁଖ୍ୟ ଉପେନ୍ ବିଶ୍ବାସ କହିଛନ୍ତି ଯେ, "ଯଦି ତଦନ୍ତରେ ଗୋଟିଏ ବି କେଶ, ଛୁଞ୍ଚି କିମ୍ବା ଅଦୃଶ୍ୟ ଜିନିଷ ବଦଳୁଛି ତାହାଲେ ମାନିବାକୁ ହେବ କି ପ୍ରମାଣ ଲୁଚେଇବାକୁ ଚେଷ୍ଟା କରାଯାଇଛି"। ସେପଟେ ସଲିସିଟର୍ ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟକୁ କହିଛନ୍ତି କି, "ତଦନ୍ତ କରିବା ଏବେ ବହୁତ୍ କଷ୍ଟ। ଅପରାଧ ସ୍ଥଳକୁ ସଂପୂର୍ଣ୍ଣ ବଦଳାଇ ଦିଆଯାଇଛି। ନୀଳ ଚାଦର ସବୁଜ ହେଇଯିବାର ଅର୍ଥ ସ୍ଥିତିରେ ପରିବର୍ତନ ହେଇସାରିଛି"। 'ସେପଟେ ଫରେନ୍ସି ବିଶେଷଜ୍ଞ ଅଜୟ ଗୁପ୍ତାଙ୍କ କହିବା କଥା ହେଲା କିଛି ବଦଳିବାର ଅର୍ଥ ହେଉଛି ପ୍ରମାଣ ହଜି ସାରିଛି'। ତେବେ ଘଟଣାସ୍ଥଳରେ ପ୍ରମାଣ ନଷ୍ଟ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ସିବିଆଇ ଏହାକୁ ଗୁରୁତ୍ୱର ସହ ନେଇ ଆରଜିକର ମେଡିକାଲ କଲେଜ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଏ ସଂପର୍କରେ ଅଧିକ ଜେରା କରିଥିବା ଜଣାପଡ଼ିଛି। ଏହି ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି।