Movie prime

ପକ୍ଷୀ ଗଣନା ଜନ ଗଣନା ଭଳି ଭଣ୍ଡ ବାବା ଗଣନା କରି ସେମାନଙ୍କୁ ତତଲା ଚେଙ୍କ ଦିଅନ୍ତୁ

 
Cf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ଭଣ୍ଡ ବାବା ଦେଖିବାକୁ ମିଳୁଛି । ଆଉ ଭଣ୍ଡ ବାବାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ଏବେ ଏହି ଭଣ୍ଡ ବାବାମାନଙ୍କୁ ନେଇ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି । ସେ ଅନେକ କିଛି କଥା କହିଛନ୍ତି । ସେ କହିଛନ୍ତି ସାଧୁସନ୍ଥ ସମାଜକୁ କଳଙ୍କିତ ଅଧ୍ୟାୟରେ ସୃଷ୍ଟି କରିବା ପାଇଁ, ନିନ୍ଦା କରିବା ପାଇଁ ଏହିଭଳି ବାବା କାୟା ବିସ୍ତାର କରିଛନ୍ତି । ହେତୁବାଦୀମାନେ ତାଙ୍କର କାୟା ବିସ୍ତାର କରିବା ସହ ଏହି ଭଣ୍ଡ ବାବାମାନେ ତାଙ୍କର କାୟା ବିସ୍ତାର କରୁଛନ୍ତି । 
Vv
ଯେଉଁ ବିପିନ ଏବେ ନିଜକୁ ଭୂତ ମାନଙ୍କର ସଭାପତି ବୋଲି କହୁଛନ୍ତି ସେ କେବେବି ଭୂତ ଆଜି ପର୍ଯ୍ୟନ୍ତ ଧରି ନାହାଁନ୍ତି । କି ଭୂତ କେବେ କାହାକୁ ଦେଖାଇ ନାହାଁନ୍ତି । ଏହିସବୁ ବନ୍ଦ କରିବା ଦରକାର । ଆଉ ଏହି ସବୁକୁ ନେଇ ଦଣ୍ଡ ମିଳିବା ଉଚିତ୍ । ସରକାର ଯେଭଳି ପକ୍ଷୀ ଗଣନା କରୁଛନ୍ତି, କୁମ୍ଭୀର ଗଣନା କରୁଛନ୍ତି, ଆଉ ହାତୀ ଗଣନା କରୁଛନ୍ତି ଠିକ୍ ସେହିଭଳି ଭଣ୍ଡ ବାବାମାନଙ୍କର ଗଣନା କରିବା ଉଚିତ୍ । କେତେ ବାବା ସମାଜରେ ଅଛନ୍ତି ଆଉ ସେମାନଙ୍କ ଗୁରୁ କିଏ ? ସେ ମହାଭାରତ ରାମାୟଣ କଥା କହୁଛନ୍ତି କି ? ସେ କିଛି ତତ୍ତ୍ଵ ବିଷୟରେ କହୁଛନ୍ତି କି ? 
Fyjj
ଏହିସବୁ ବିଷୟରେ ସରକାର ଗଣନା କରିବା ଉଚିତ୍ । ବିଗତ ଦିନ ଧରି ଭୂତ ମାନଙ୍କର ବାବା ବିପିନ ରାଉତରାୟ ନିଜର କାୟା ବିସ୍ତାର କରିଛନ୍ତି । ତାଙ୍କ ବିଷୟରେ ଅତୀତରେ ଏହି ସାଧୁ ଜଣକ କିଛି କହିଥିଲେ କିନ୍ତୁ ସରକାର ଏହାକୁ ଗ୍ରହଣ କରିଲେ ନାହିଁ । ଅଶାଳୀନ ଭାଷା କହି ଅନେକ ମହିଳା ନିଜର କାୟା ବିସ୍ତାର କରୁଛନ୍ତି, ଏହାସହ ଅନେକ ଲୋକ ଅନେକ ଭଣ୍ଡାମି କରୁଛନ୍ତି । ଭୂତ ବାବା ଜଣକ ଅନେକ କିଛି କଥା କହୁଛନ୍ତି ଆଉ ସେ କହୁଥିବା କଥା ଉପରେ ସରକାର ତଦନ୍ତ କରିବା କଥା ।
ଏହି ଭୂତମାନଙ୍କର ବାବା କହୁଛନ୍ତି କି ସେ ଭୂତ ମାନଙ୍କୁ ଡାକିବେ ଆଉ ଅନେକ କିଛି ଚାହିଁଲେ କରିବେ କିନ୍ତୁ ଏହା ସତ୍ୟ ନୁହେଁ । ସେ ଆଜି ପର୍ଯ୍ୟନ୍ତ ଗୋଟିଏ ଭୂତ ବି ଧରି ନାହାଁନ୍ତି । ଆଉ ସାଧୁ ସନ୍ଥମାନଙ୍କ ନାଁ ବି ଏହିଭଳି ଭଣ୍ଡ ବାବା ବଦନାମ୍ କରୁଛନ୍ତି । ସରକାର ବର୍ତ୍ତମାନ ବାବା ଗଣନା କରିବା ଉଚିତ୍ । ସମାଜରେ ଥିବା ତତ୍ୱକୁ କେତେ ଗ୍ରହଣ କରିଛନ୍ତି ଏହି ବାବାମାନେ ଏନେଇ ସରକାର ବୁଝିବା କଥା ।
ଏହି ଭୂତ ସଭାପତି ସଂସ୍କୃତ ବିଦ୍ୟାଳୟରେ ପଢୁଥିଲେ । ଆଉ ସେ ଏଭଳି ଏବେ କାମ କରୁଛନ୍ତି । ଜଣେ ମହିଳାଙ୍କୁ ନିକଟରେ ଏହି ଭୂତ ମାନଙ୍କର ସଭାପତି ୧୫ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ମଧ୍ୟ ଅନେକ କଥା କହିଛନ୍ତି ଏହି ସାଧୁ ଜଣକ । ଏଭଳି ବାବାମାନଙ୍କୁ ନେଇ ମୋହନ ସରକାର ଦଣ୍ଡ ଦେବେ ବୋଲି ସେ କହିଛନ୍ତି । ଏଭଳି ଅନେକ କଥା ଏହି ସାଧୁ ଜଣକ କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Around The Web