Movie prime

୫ ହଜାର ଟଙ୍କା ପାଇଁ ହେଲା ଏମିତି ବନ୍ଧାହେଲେ RI ଚାଲିଗଲା ଚାକିରୀ...!

 
Gy
ବଡ଼ବାବୁ ଙ୍କୁ ମହଙ୍ଗା ପଡ଼ିଥିଲା ପାଞ୍ଚ ହଜାର ଟଙ୍କା ର ଲାଞ୍ଚ। ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଲା ବେଳେ ଟଙ୍କା ଧରୁ ଧରୁ ମାଡ଼ି ବସିଲା ଭିଜିଲାନ୍ସ। ଆଉ ଏହାପରେ ଭିଜିଲାନ୍ସ କୁ ଦେଖି ଆରଆଇ ବାବୁ ଙ୍କ ହୋସ ଉଡ଼ି ଯାଇଥିଲା। ପୁଣି ଥରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଆଉଜଣେ ସରକାରୀ ବାବୁ। ସେ ହେଉଛନ୍ତି ରାଜସ୍ବ ନିରୀକ୍ଷକ ବା ଆର ଆଇ। ଜମି କିସମ ପରିବର୍ତ୍ତନ ପାଇଁ ସେ ନେଉଥିଲେ ଲାଞ୍ଚ।
Gg
ମାଡି ବସିଥିଲା ତାଙ୍କୁ ପୁର୍ବରୁ ଛକି ବସିଥିବା ଭିଜିଲାନ୍ସ। ଭଦ୍ରକ ଜିଲ୍ଲାର ରାଜସ୍ବ ନିରୀକ୍ଷକ ଭିଜିଲାନ୍ସ ହାତରେ ଧରା ପଡିବା ପରେ ଜଣା ପଡିଥିଲା ପ୍ରକୃତ ସତ। ସୁଚନା ମୁତାବକ ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ କିନ୍ତୁ ଆରଆଇ କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେବା ପୁର୍ବରୁ ସେ ଭିଜିଲାନ୍ସ ସହ ଯୋଗାଯୋଗ କରି ଦେଇଥିଲେ।
Gt
ପାଞ୍ଚ ହଜାର ଟଙ୍କା ବିଜୟ, ଆରଆଇ ଭାଗବତ ଖଟୁଆ ଙ୍କୁ ଦେଉଥିବା ବେଳେ ପୁର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆରଆଇ ଭାଗବତ ଖଟୁଆ ଙ୍କୁ ମାଡ଼ି ବସିଥିଲା। ବିଜୟଙ୍କ ଅଭିଯୋଗ କ୍ରମେ ଭାଗବତ ଖଟୁଆ ଏଭଳି ଆଗରୁ ମଧ୍ୟ ଟଙ୍କା ଲାଞ୍ଚ ନିଅନ୍ତି। ଆଉ ଏବେ ମଧ୍ୟ ତାଙ୍କୁ ପୋଲିସ ଟଙ୍କା ସହ ଗିରଫ କରି ନେଇଛି। ଏହାର ଖୋଳତାଡ଼ କରିବା ପୋଲିସ ମଧ୍ୟ ଏବେ ଜାରୀ ରଖିଛି। ତାଙ୍କର ସବୁ କଳା କାରନାମା ଧରା ପଡି ଯାଇଛି।
ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଉକ୍ତ ଆରଆଇ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର୍ ବୋଲି କହିଛନ୍ତି। ସୋସିଆଲ ମିଡ଼ିଆ ରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଆପଣଙ୍କ ମତାମତ କଣ ଓ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.