ପିଉସିର ଛାତିକୁ କଣା କରିଦେଲା ପୁତୁରା ଲୋକେ ଦେଖି ଆଶ୍ଚର୍ଯ୍ୟ ଆଉ ତାପରେ
Feb 5, 2025, 10:07 IST

ପୁତୁରା ତୀର ରେ ପିଉସୀ ର ମୃ-ତ୍ୟୁ। ପୁତୁରା ଆସିଲା ଦେଖୁ ଦେଖୁ ସେ ପିଉସୀ କୁ ତୀର ମାରି ଦେଇଥିଲା। ପିଉସୀ ତଳେ ପଡ଼ି ଛଟପଟ ହେଉଥିଲା। ଆଉ ପୁତୁରା ଏପଟେ ତୀର ମାରିଦେଇ ଚାଲିଗଲା। ଏହି ଯୁବକ ଜଣକ ନାମ ହେଉଛି ଦାମୋଦର। ଯିଏକି ନିଜର ମାଆ ସମାନ ପିଉସୀ ଙ୍କୁ ପାଗଳ ପରି ତୀର ମାରି ହ-ତ୍ୟା କରି ଦେଇଛନ୍ତି। ତେବେ କାହିଁକି ଏମିତି ପିଉସୀ କୁ ନୃଶଂସ ଭାବରେ ତୀର ମାରି ହ-ତ୍ୟା କରାଗଲା ,

ତାହାର କାରଣ ଜାଣିଲେ ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିବେ। ଗୁଣି ଗାରେଡ଼ି ଓ ଡାହାଣୀ ସନ୍ଦେହରେ ପିଉସୀ କୁ ତୀର ମାରି ହ-ତ୍ୟା କରିଛି ପୁତୁରା। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ଥାନା ର ଝରଣା ସାହିରେ। ମୃ-ତ-କ ଜଣକ ହେଉଛନ୍ତି ସେହି ଗ୍ରାମର। ସୁଚନା ମୁତାବକ ଗତ ୧ ତାରିଖ ସକାଳ ୧୦ ଟା ସମୟରେ ସମ୍ପର୍କୀୟ ପିଉସୀ ସୁମ୍ଭୁ ନିଜ ଘରେ ଥିବା ସମୟରେ ପୁତୁରା ଦାମୋଦର ହଠାତ୍ ଘରେ ପଶି ତୀର ମାରିଥିଲେ।

ତୀର ଟି ସୁମ୍ଭୁ ଙ୍କ ଡାହାଣ ଛାତିରେ ବାଜିଥିବା ବେଳେ ସୁମ୍ଭୂ ସେଠାରେ ହିଁ ଗଳି ପଡିଥିଲେ। ଏହା ଦେଖି ତାଙ୍କର ଘରେ ଥିବା ସ୍ୱାମୀ ଆଉ ଝିଅ ପାଟି କରିବାକୁ ଅଭିଯୁକ୍ତ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା। ପରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହ-ତ୍ୟା ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।
ହ-ତ୍ୟାରେ ବ୍ୟବହୃତ ଧନୁ ଓ ତୀର କୁ ଜବତ କହିଛନ୍ତି। ପୂର୍ବରୁ ଦାମୋଦର ଓ ସୁମ୍ଭୁ ମଧ୍ୟରେ କୌଣସି ବଚସା ହୋଇ ନଥିବା ବେଳେ ଦାମୋଦର ଗୁଣି ଗାରେଡ଼ି ଓ ଡାହାଣୀ ସନ୍ଦେହରେ ଏଭଳି କିଛି ପଦକ୍ଷେପ ନେଇଥିବା ଜଣା ପଡ଼ିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।