Movie prime

ପୁଣି ଆସିଲା ଲଘୁଚାପ ଦୁଇଦିନ ପ୍ରବଳ ବର୍ଷିବ

 
Hb
ଏବେ ସୃଷ୍ଟି ହୋଇଛି ପୁଣି ଥରେ ଆଉ ଏକ ଲଘୁଚାପ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ଆଉ ଏକ ଲଘୁଚାପ। ଏହି ଦୁଇଦିନ ଅର୍ଥାତ ୨୪ ଓ ୨୫ ରେ ପ୍ରବଳରୁ ଅତିପ୍ରବକ ବର୍ଷା ହେବାକୁ ଯାଉଛି। ଏହି ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ କରି ଦେଇଛି। ଧାନ ଫସଲ ସମ୍ପୂର୍ଣ୍ଣ ଭାବରେ ଉଜାଡି ଦେଇଥିବା ବେଳେ ଚାଷୀ ଏବେ ପୂରା ସମ୍ପୂର୍ଣ୍ଣ ଭାବରେ ଆତଙ୍କିତ ହୋଇ ପଡ଼ିଛନ୍ତି।
Hh
ଏବେ ସୃଷ୍ଟି ହୋଇଥିବା ଅବପାତ ପାଇଁ ରାଜ୍ୟରେ ଏବେ ପୁଣି ଥରେ ବର୍ଷା ହେବାପାଇଁ ଯାଉଛି। ଅନେକ ସ୍ଥାନରେ ଘନ କୁହୁଡି ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାକୁ ଯାଉଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ର ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ୍ ଏନେଇ ଗଣମାଧ୍ୟମ ଏକ୍ସ୍ ଦ୍ବାରା ଏକ ସୁଚନା ଦେଇଛନ୍ତି।
Hh
ଗତ ଶୁକ୍ରବାର ଓ ଶନିବାର ଦିନ ବର୍ଷା ହେବା କାରଣରୁ ହଜାର ହଜାର ଚାଷଜମି ମାନଙ୍କରେ ଧାନ ଭିଜିବା ସହ ଗଜା ହେବାର ଆଶଙ୍କା ରହିଛି। ରବିବାର ଦିନ ବର୍ଷାର ପରିମାଣ କମିଥିବା ବେଳେ ଓଦା ଧାନ କୁ କିଆରିରେ ଶୁଖାଇ ଘରକୁ ଆଣିବାରେ ଚାଷୀ ବ୍ୟସ୍ତ ରହିଛି। ଠିକ୍ ଏହି ସମୟରେ ଆଉ ଏକ ଲଘୁଚାପ ଏବେ ପୁଣି ଥରେ ସବୁକିଛି ଉଜାଡି ଦେବାକୁ ଆସୁଛି ବୋଲି ଏବେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହେଲାଣି।
ଚାଷୀମାନେ ମଧ୍ୟ ଏବେ ସମ୍ପୂର୍ଣ୍ଣ ଭାବରେ ଭୟବୀତ ହୋଇ ଯାଇଛନ୍ତି। ଆଗକୁ କଣ ହେବ କଣ ନାହିଁ ସେ ସମ୍ପର୍କରେ ସେମାନେ ଜାଣି ପାରୁ ନାହାଁନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଆଗାମୀ ବର୍ଷାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆଉ ଆପଣଙ୍କ ଜମିରେ ଧାନର ପରିସ୍ଥିତି ଏବେ କିପରି ଅଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.