ରାଜମିସ୍ତ୍ରୀ କାମ କରୁ କରୁ ମୁଁ ମହିଳାଙ୍କୁ ଫସେଇକି ବାହା ହେଇପଡେ
Feb 21, 2025, 19:27 IST

ଆପଣମାନେ ସମାଜରେ ତ ରହିଥିବେ ଆଉ ସମାଜରେ ଏଭଳି ସବୁ ଘଟଣା ଘଟିବା ନିନ୍ଦନୀୟ ଅଟେ । ଏବେ ଏହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ଯିଏ କି ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ । ଆଉ ସେ କାମ କରିବା ଭିତରେ ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲେ । ଏହି ବ୍ୟକ୍ତି ଜଣଙ୍କର ଚାରିଟି ଛୁଆ ଆଉ ସ୍ଵାମୀ ଥାଉ ଥାଉ ସେ ପ୍ରେମ କରିଥିଲେ ।

ଏହି ବ୍ୟକ୍ତି ଜଣକ ପ୍ରେମ କରିଥିବା ମହିଳା ଜଣଙ୍କର ଗୋଟିଏ ସନ୍ତାନ ଆଉ ସ୍ଵାମୀ ମଧ୍ୟ ଅଛନ୍ତି । ଏହା ଜାଣି ମଧ୍ୟ ଏହି ବ୍ୟକ୍ତି ଜଣକ ପ୍ରେମ ଜାଲରେ ଫସାଇ ଦେଇଛନ୍ତି । ଖାଲି ପ୍ରେମ ଜାଲରେ ଏହି ବ୍ୟକ୍ତି ଜଣକ ଫସାଇ ନଥିଲେ ବରଂ ତାଙ୍କୁ ବିବାହ କରିବାକୁ କହିଥିଲେ ଆଉ ଅନେକ ମିଛ କଥା ମଧ୍ୟ କହିଥିଲେ । ଏହି ବ୍ୟକ୍ତି ଜଣକ ଏବେ ଏଭଳି କାମ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ବିବାହ କରିବା ପାଇଁ ସବ କଲେକ୍ଟର ଅଫିସକୁ ଯାଇଥିଲେ ।

ଏହି ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜମିସ୍ତ୍ରୀ ନାଁରେ ଆସି ପ୍ରେମ ଜାଲରେ ଫସାଇ ଦେଇଥାନ୍ତି । ଆଉ ଏହି ରାଜମିସ୍ତ୍ରୀ ଜଣକ ଆଦିବାସୀ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ଯାଇଥିଲେ । କିନ୍ତୁ ସେହି ସ୍ଥାନରେ ବଜରଙ୍ଗୀ ଦଳ ଏବଂ ଦୁର୍ଗା ବାହିନୀ ପହଞ୍ଚିଥିଲେ । ଆଉ ସେମାନେ ସେଠାରେ ଉପସ୍ଥିତ ହୋଇ ବାହାଘର ବନ୍ଦ କରିବାକୁ କହିଥିଲେ । ସ୍ଵାମୀ ଥାଉ ଥାଉ ବିନା ଛାଡ଼ପତ୍ରରେ ବିବାହ କରିବାକୁ ଯାଉଥିଲେ ମହିଳା ଜଣକ ।
ବିବାହକୁ ବନ୍ଦ କରି ଏହି ମହିଳା ଜଣଙ୍କୁ ବାପାଙ୍କ ସାଙ୍ଗରେ ତାଙ୍କ ଘରକୁ ପଠାଇ ଦିଆ ଯାଇଥିଲା । ଏବେ ଏଭଳି ଅନେକ ଲଭ୍ ଜିହାଦ ଘଟଣା ସାମ୍ନାକୁ ଆସୁଛି । ଆଉ ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଆଦିବାସୀ ଅଞ୍ଚଳରେ ଏଭଳି ଘଟଣା ଘଟିବା ଦ୍ଵାରା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏବେ ଏହି ବ୍ୟକ୍ତିଙ୍କୁ ନେଇ ଅନେକ ସ୍ଥାନରେ ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତି ଜଣକ ରାଜମିସ୍ତ୍ରୀ ଥିବା ବେଳେ ଏହି ମହିଳା ଜଣକ ସେଠାରେ କାମ କରୁଥିଲେ ଆଉ ଏଭଳି ସବୁ ଘଟଣା ଘଟିଯାଇଛି । ଜଣେ ହିନ୍ଦୁ ଯୁବତୀ ହୋଇ ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ନଦେଇ ଆଉ ଜଣଙ୍କୁ ବିବାହ କରିବା ଅପରାଧ ଅଟେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।