Movie prime

ରଜନୀକାନ୍ତଙ୍କୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ କଣ ହେଲା ଏମିତି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ଏହି ଖବରଟି ଜଣାପଡିବ ପରେ ତାଙ୍କ ଫ୍ୟାନ୍ସ ପୁରା ଚିନ୍ତିତ ହେଇପଡିଥିଲେ। ଏହାପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ। ପେଟରେ ଯ-ନ୍ତ୍ର-ଣା ଅନୁଭବ ହେବା କାରଣରୁ ରଜନୀକାନ୍ତଙ୍କୁ ସୋମବାର ବିଳମ୍ବିତ ରାତିରେ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 
Gg
ବନ୍ଧୁଗଣ ରଜନୀକାନ୍ତଙ୍କ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମ ଆଗରେ ପ୍ରଶଂସକ ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି। ଏହାରି ଭିତରେ ହସ୍ପିଟାଲ କର୍ତୁପକ୍ଷ ଦେଇଛନ୍ତି ବଡ ସୂଚନା। ଡାକ୍ତରଙ୍କ କହିବା ଅନୁସାରେ, ଏବେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ରହିଛି ସ୍ଥିର। ଧିରେ ଧିରେ ରଜନୀକାନ୍ତ ଭଲ ହେଉଛନ୍ତି। 
Yg
ଆସନ୍ତା ଦିନେ କି ଦୁଇଦିନ ଭିତରେ ରଜନୀକାନ୍ତ ଡିସଚାର୍ଜ ହେଇ ଘରକୁ ଯିବେ ବୋଲି କହିଛନ୍ତି ହସ୍ପିଟାଲ କର୍ତୁପକ୍ଷ। ତେବେ ଆପଣ ଜାଣିଥିବେ କି ରଜନୀକାନ୍ତ ନିକଟରେ ଦୁଇଟି ବଡ ଫିଲ୍ମରେ କାମ କରୁଛନ୍ତି। ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’। ଜୁଲାଇରେ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ରଜନୀକାନ୍ତଙ୍କ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ୧୦ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। 
ରଜନୀକାନ୍ତ ଫିଲ୍ମର ସୁଟିଂ ପରେ କିଛି ଦିନ ପୂର୍ବରୁ ଚେନ୍ନାଇ ଫେରି ଆସିଥିଲେ। ଥଲାଇବା ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ତାଙ୍କର ହିରୋ ଭାବମୂର୍ତ୍ତି କମ୍‌ ହୋଇ ନାହିଁ। ତାଙ୍କର ଅଭିନୟ, ସଂଳାପ ଏବଂ ଶୈଳୀ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ଦକ୍ଷିଣ ତଥା ବଲିଉଡରେ ମଧ୍ୟ ରଜନୀକାନ୍ତଙ୍କ ପ୍ରଶଂସକ ତାଲିକା ଖୁବ୍‌ ଅଧିକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.