ରାକ୍ଷସ ପାଲଟିଲା ଜନ୍ମ କଲା ବାପା..କୁନି ଝିଅ ର ତଣ୍ଟି କାଟି ଦେଲା
Updated: Oct 10, 2024, 12:36 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ଜଣେ ନର-ପିଶାଚ ବାପା ଘଟାଇଛି ଜଘନ୍ୟ କାଣ୍ଡ। ନିଜ ପୁଅକୁ କୂଅରେ ବୁଡ଼ାଇ ହ-ତ୍ୟା କରିବା ପରେ ଝିଅକୁ ଛୁରା ମାଡ଼ କରିବାରୁ ସେ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ପଡ଼ିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ବୈରଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଠିଆପଡ଼ା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ କିଶୋର ମାଝୀ ତାଙ୍କ ସ୍ତ୍ରୀ ଜୟନ୍ତୀ ମାଝୀ ଘରେ ନଥିବା ବେଳେ ଗାଁ ପାଖ କୂଅରେ ନିଜ ଚଉଦ ମାସର ଶିଶୁ ପୁତ୍ରକୁ ବୁଡ଼ାଇ ମା-ରି ଦେବା ସହ ନିଜ ଦଶ ବର୍ଷ ଝିଅର ତଣ୍ଟି କାଟି ମା-ରି ଦେବାକୁ ଉଦ୍ୟମ କରିଥିଲା।
ଘର ବାହାରକୁ ଝିଅକୁ ଡାକି ନେଇ ଦୁଇ ହାତରେ ପ୍ରହାର କଲେ ଏବଂ ବହୁତ ମାଡ଼ ବି ମାରିଥିଲେ। ପାରିବାରିକ କଳହ ଯୋଗୁଁ ବାପା ଆଜି ନିଜ ଝିଅ ଓ ପୁଅର ଜୀବନ ନେଇଗଲା।ଏପରିକି ନିଜ ଝିଅର ତଣ୍ଟି କାଟି ବିଭିନ୍ନ ଜାଗାରେ ମଧ୍ୟ ଛୁରା ମାଡ଼ କରିଥିଲା ।ତେବେ ଏ ନେଇ ତାଙ୍କ ପଡ଼ୋଶୀ ଲୋକମାନେ ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃ-ତ ଦେହ ରଖି ବାପା କିଶୋର ଫେରାର୍ ମାରିଥିଲା।
ପରେ ଗାଁର ଲୋକମାନେ ଏହି ଘଟଣା ସମ୍ପର୍କରେ ଜାଣି ପାରି ତାଙ୍କ ଝିଅ ଆଉ ପୁଅକୁ ବୋଡ଼େନ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ବି ଡାକ୍ତର ପୁଅକୁ ମୃ-ତ ଘୋଷଣା କରିଛନ୍ତି। ଆଉ ଝିଅର ଅବସ୍ଥା ଅତି ସଙ୍କଟାପନ୍ନ ଜଣା ପଡ଼ିଛି। ଖବର ପାଇ ବୋଡ଼େନ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ଏହିପରି ଅଭାବନୀୟ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି।