Movie prime

ରୁଚୁନି ରୁଟି ତରକାରୀ ଅଣ୍ଡା ଚାଓମିନ ଜେଲରେ ମାଗୁଛି ବ-ଳା-ତ୍କା-ରି ସଞ୍ଜୟ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସଞ୍ଜୟ ରୟ ବର୍ତ୍ତମାନ ଜେଲରେ ଅଛନ୍ତି। ସଞ୍ଜୟ ରୟଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲରେ ସେଲ ନମ୍ବର ୨୧ ରେ ରଖାଯାଇଛ। କୁହାଯାଉଛି ଯେ ସଞ୍ଜୟଙ୍କୁ ଗତକାଲି ରାତିରେ ଜେଲରେ ମଟନ ଏବଂ ରୋଟି ଖାଇବାକୁ ଦିଆଯାଉଛି। 
Bb
ସୂଚନାନୁସାରେ, ସିବିଆଇ ଟିମ କୋଲକାତାର ପ୍ରେସିଡେନ୍ସି ଜେଲରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରୁଛି। ସିସିଟିଭି ଫୁଟେଜରେ ସଞ୍ଜୟ ରୟ ହତ୍ୟାକାଣ୍ଡର ସକାଳ ୪ଟାରେ ଆର୍‌.ଜି କର ମେଡିକାଲ କଲେଜରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ଦଣ୍ଡ ଦିଆଯାଇ ଜେଲକୁ ପଠାଯାଇଥିବା ବେଳେ ସଞ୍ଜୟ ସେଠାରେ ମଉଜ କରିବାକୁ ଚାହୁଥିବା ସାମ୍ନାକୁ ଆସିଛି। ଜେଲରେ ମିଳୁଥିବା ରୁଟି-ତରକାରୀ ନଖାଇ ମୋତେ ଅଣ୍ଡା ଚାଓମିନ୍ ଦିଅ ବୋଲି ସଞ୍ଜୟ ଦାବି କରୁଥିବା ସାମ୍ନାକୁ ଆସିଛି। 
Gg
ପଲିଗ୍ରାଫ୍ ପରୀକ୍ଷା ପୂର୍ବରୁ ପ୍ରେସିଡେନ୍ସି ଜେଲର ସେଲ୍ ନମ୍ବର ୨୧ରେ ରଖାଯାଇଥିବା ଦୁଷ୍କର୍ମକାରୀ ସଞ୍ଜୟକୁ ମଟନ୍ ପରଷା ଯାଇଥିଲା। ଯଦିଓ ଏହା ଜେଲ୍ ମେନୁ ଅନୁଯାୟୀ ଥିଲା । କିନ୍ତୁ ବର୍ତ୍ତମାନ ସେ ଜେଲ କର୍ତ୍ତୃପକ୍ଷଙ୍କୁ ରୁଟି- ତରକାରୀ ବଦଳରେ ଅଣ୍ଡା ଚାଉମିନ୍ ଦେବାକୁ କହୁଥିବା ସାମ୍ନାକୁ ଆସିଛି। ତେବେ ଜେଲ ପ୍ରଶାସନ ତାଙ୍କୁ କଡ଼ା ସମାଲୋଚନା କରି ଅଣ୍ଡା ଚାଉମିନ୍ ଦେବାକୁ ମନା କରିଦେଇଥିବା କୁହାଯାଉଛି। ଜେଲ୍ ନିୟମ ଅନୁଯାୟୀ, କଏଦୀଙ୍କୁ ସେହି ଖାଦ୍ୟ ଦିଆଯାଏ ଯାହା ଅନ୍ୟ ସମସ୍ତ ବନ୍ଦୀମାନେ ଖାଆନ୍ତି।
କୌଣସି କଏଦୀଙ୍କୁ ଘର ଖାଦ୍ୟ ଖାଇବାକୁ ଦିଆଯାଇନଥାଏ । କାରଣ ଏହା ଜେଲ ନିୟମ ବିରୁଦ୍ଧ ଅଟେ। ସୂଚନାନୁସାରେ, ସଞ୍ଜୟ ରଏ ଜେଲରେ ଦିଆଯାଇଥିବା ରୁଟି ଏବଂ ତରକାରୀ ଦେଖିବା ପରେ କ୍ରୋଧିତ ହୋଇ ଅଣ୍ଡା ଚାଉମିନ୍ ମାଗିଥିଲା। ହେଲେ ଅଧିକାରୀଙ୍କ ଦ୍ୱାରା ତାଗିଦ ହେବା ପରେ ସେ ପୁଣି ସମାନ ରୁଟି ଏବଂ ତରକାରୀ ଖାଇଥିବା ସାମ୍ନାକୁ ଆସିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.