Movie prime

CCTV ରେ ଧରା ପଡ଼ିଲା ସଞ୍ଜୟ ଚେହେରା ଦେଖନ୍ତୁ କରିଥିଲା କେତେ ବଡ଼ କାଣ୍ଡ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତାର ଆରଜି କର ମେଡିକାଲ୍‌ ଓ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ଏବେ ତଦନ୍ତ ଜୋର୍‌ ଧରିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଆନାଲିଟିକ୍ ପ୍ରୋଫାଇଲ୍‌ରୁ ଜଣାପଡିଛି ଯେ ସେ ପାଶବିକ ପ୍ରବୃତ୍ତିର ବ୍ୟକ୍ତି। ତା’ର ଅସ୍ବାଭାବିକ ଯୌନ ଆକାଂକ୍ଷା ରହିଥିବାବେଳେ ନଗ୍ନ ଚିତ୍ର ଦେଖିବାରେ ଅଭ୍ୟସ୍ତ ଥିଲା। 
Vv
ଏଭଳି ଜଘନ୍ୟ ବଳାତ୍କାର ଓ ହତ୍ୟା ଘଟାଇବା ସତ୍ତ୍ବେ ସେ କୌଣସି ପ୍ରକାରେ ଅନୁତପ୍ତ ନଥିବା ଜଣାପଡିଛି। ଜେରା ସମୟରେ ସେ ସମ୍ପୂର୍ଣ୍ଣ ଘଟଣାକୁ ବର୍ଣ୍ଣନା କରିଥିବାବେଳେ କୌଣସି ପ୍ରକାର ଅନୁତାପ କରି ନଥିଲା। ତାର ମୋବାଇଲରୁ ଅନେକ ନଗ୍ନ ଭିଡିଓ ମିଳିଥିଲା। ତଦନ୍ତରେ ଏବେ ଏକ ସିସିଟିଭି ଫୁଟେଜ୍‌ ସାମିଲ୍‌ ହୋଇଛି। ସେହି ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଘଟଣା ଘଟିବା ଦିନ ରାତି ପ୍ରାୟ ୧.୦୩ ସମୟରେ ହସ୍ପିଟାଲ୍‌ ଭିତରେ ପ୍ରବେଶ କରୁଛନ୍ତି। 
Bv
ଫୁଟେଜ୍‌ରେ ଆହୁରି ବି ଦେଖିବାକୁ ମିଳିଛି ଯେ ସେ ହସ୍ପିଟାଲ୍‌ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କ ବେକରେ ଏକ ବ୍ଲୁଟୁଥ୍‌ ଇୟର୍‌ଫୋନ୍‌ ଝୁଲୁଥିଲା। ଆମେ ଜାଣନ୍ତି ଯେ ପୂର୍ବରୁ ପୁଲିସ୍‌ ଏହି ବ୍ଲୁଟୁଥ୍‌ ଇୟର୍‌ଫୋନ୍‌ ସଂପର୍କରେ ସୂଚନା ପ୍ରଦାନ କରିଥିଲା। ଅପରାଧ ଘଟିଥିବା ସ୍ଥାନରେ ପୁଲିସ୍‌ ତାହାକୁ ଉଦ୍ଧାର କରିଥିଲା। ପୁଲିସ୍‌ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଉକ୍ତ ସିସିଟିଭି ଫୁଟେଜ୍‌ ଦେଖାଇବା ପରେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି। 
ପୀଡ଼ିତାଙ୍କ ସହ ଅଘଟଣା ଘଟିବା ପରେ ସେ ହସ୍ପିଟାଲ୍‌କୁ ଫେରିଥିଲେ ବୋଲି ସ୍ପଷ୍ଟ ହୋଇଛି। ତଦନ୍ତରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସଞ୍ଜୟ ରୀତିମତ ଭାବେ ଦେହଜୀବୀମାନଙ୍କ ନିକଟକୁ ଯାଆନ୍ତି। ସେ ନିକଟରେ ଅଗଷ୍ଟ ୮ ତାରିଖ ରାତିରେ ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗଛିକୁ ଯାଇଥିଲେ। ସେଠାରେ ମଦ୍ୟପାନ କରିବା ସହ ଜଣକ ପରେ ଜଣେ କରି ସେ ଦୁଇ ଦେହଜୀବୀଙ୍କ ସହ ସମୟ ବତାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.