Movie prime

ନାଚି ନାଚି ହେଇଗଲେ ଆଇଏଏସ ଅଫିସର ଦେଖନ୍ତୁ କେମିତି ପାଇଲେ ସଫଳତା

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ UPSCର ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭୟଙ୍କ କାହଣୀ ବହୁତ ଅଲଗା। IAS ଅଫିସର ହେବା ପୂର୍ବରୁ ଅଭୟ ଅଭିନୟ କରୁଥିଲେ। ଏହା ସହ ଅଭୟ IITରୁ ଇଞିଜିନିୟରିଂର ଡିଗ୍ରୀ ହାସଲ କରିବା ପରେ UPSCର ପରୀକ୍ଷା ଦେବା ପାଇଁ ସ୍ଥିର କରିଥିଲେ। IITରେ ପଢୁଥିବା ବେଳେ ଅଭୟ ଅଭିନୟ ପ୍ରତି ଆକୃଷ୍ଟ ହେଇଥିଲେ। ସୂଚନା ଅନୁସାରେ IIT କଲେଜରେ ସବୁବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ନାଟକ ଓ ଥିଏଟରେ ଭାଗନେଇ ଅଭିନୟ କରୁଥିଲେ ଅଭୟ। 
Hh
ଅଭୟଙ୍କ ଅଭିନୟ ସମସ୍ତଙ୍କ ମନ ମୋହିଥିଲା। ଭଲ ଅଭିନୟ କରୁଥିବାରୁ ସେ ବିଭିନ୍ନ ସିରିଏଲ୍ ଓ ନାଟକ ପାଇଁ ଅଡ଼ିସନ୍ ଦେଇଥିଲେ। ସେହି ସମୟରେ ଷ୍ଟାର ପ୍ଲସ୍‌ର ଫେମସ୍ ସିରିଜ୍ ‘ସିୟା କେ ରାମ୍' ରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ମହାରାଷ୍ଟ୍ରର ୱାର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ ଅଭୟ ଡାଗା। ଅଭୟଙ୍କ ବାପା ମାଆ ପେଶାରେ ଦୁଇ ଜଣ ଡାକ୍ତର। ଅଭୟ ବାପାଙ୍କ ନାଁ ଡାକ୍ତର ରାଜେନ୍ଦ୍ର ଡାଗା ଓ ମାଆଙ୍କ ନାଁ ମୀନା ଡାଗା। 
Hh
ଅଭୟ ତାଙ୍କର ସ୍କୁଲର ପାଠପଢା ୱାର୍ଦ୍ଧାରେ ସମାପ୍ତ କରିଥିବା ବେଳେ ଏକାଦଶ ଓ ଦ୍ୱାଦଶର ପାଠପଢା ହାଇଦ୍ରାବାଦରେ ସଂପୂର୍ଣ୍ଣ କରିଥିଲେ। ଏହାପରେ ଗ୍ରାଜୁଏସନ୍ ପାଇଁ ସେ ଆଇଆଇଟି ଖଡ଼ଗପୁରରେ ନାମ ଲେଖାଇଥିଲେ। ଅଭୟ IIT ପଢୁଥିବା ସମୟରେ ଅଭିନୟ ଜାରି ରଖିଥିଲେ। ଏହାପରେ ଅଭୟ ୨୦୧୮ରେ ମାଇକ୍ରୋସଫ୍ଟର ସାଇବର ଟିମ୍‌ରେ କାମ କରିବା ଆରମ୍ଭ କରିଥିଲେ। 
ଅଭୟ ଚାକିରି ଛାଡ଼ିବା ନେଇ ତାଙ୍କ ପରିବାର ଲୋକ ଚିନ୍ତାରେ ପଡି ଯାଇଥିଲେ। ତେବେ ଅଭୟ ତାଙ୍କ ଚାକିରିକୁ ନେଇ ସନ୍ତୁଷ୍ଟ ନଥିଲେ। ଏହା ମଧ୍ୟରେ ସେ UPSC ପରିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଦୁଇ ବର୍ଷର କଠିନ ପରିଶ୍ରମ ପରେ ଅଭୟ ୨୦୨୩ରେ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ। ଶେଷରେ ୧୮୫ ରାଙ୍କ ରଖି IAS ଅଫିସର ହେବାର ସ୍ୱପ୍ନ ପୂରଣ କରିଥିଲେ ଅଭୟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.