Movie prime

ଆସିଲା ଝଡ଼ ବର୍ଷାର ବଡ଼ ଖବର ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଏମିତି ରହିବ ପବନର ବେଗ

 
Yu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ପାଣିପାଗ କେତେବେଳେ ଯେ ବଦଳି ଯାଉଛି ତାହା ତ ଆପଣମାନେ ସବୁ ଦେଖୁଥିବେ ।
କେତେବେଳେ ଖରାର ପ୍ରକୋପ ତ ଆଉ କେତେବେଳେ କାଳବୈଶାଖୀ ବର୍ଷା ପୁଣି କେତେବେଳେ ବାତ୍ୟାର ସମ୍ଭାବନା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ ।
Vv
ଆଜି କାଚିବ କାଲି ଉଜାଡ଼ିବ ଆଉ ୧୩୦ କିମି ବେଗରେ ପବନ ବହିବ । ରବିବାର ଦିନ ହେବ ଏଭଳି କିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜଧାନୀ ଭୁବନେଶ୍ଵର ରବିବାର ଦିନ ବର୍ଷାରେ ଭିଜିବ ବୋଲି ଏବେ ସୂଚନା ମିଳିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଶନିବାର ଦିନ ଏହା ବାତ୍ୟା ରୂପ ନେଇଛି ବୋଲି ସୂଚନା ମିଳିଛି । ୨୪ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଖବର ଆସିଛି । 
Vv
ପାଣିପାଗ ବିଭାଗ ବା IMD ପୂର୍ବାନୁମାନ କରି କହିଛି ସାଗର ଦ୍ବୀପ ଏବଂ ଖେତୁପଡ଼ା ମଝିରେ ବଙ୍ଗଳାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବ । ଭୀଷଣ ବାତ୍ୟା ହେବା ପରେ ୧୦୦ ରୁ ୧୩୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏହି ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଜ୍ଞାନର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହୋଇପାରେ । ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି ।
୪୦ ରୁ ୬୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ ବୋଲି ଏବେ ଖବର ଆସିଛି । କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଆଉ ଏହାସହ ପବନ ବି ହୋଇପାରେ । ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ସତର୍କ ସହିତ ପ୍ରସ୍ତୁତ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।
୨୪ ତାରିଖ ସନ୍ଧ୍ୟା ବେଳକୁ ଏହି ବାତ୍ୟା ବଙ୍ଗଳାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ପ୍ରଭାବରେ ୨୬ ତାରିଖରେ ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂପୁର, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ହେବ ।