Movie prime

ସୋସିଆଲ ମିଡିଆରେ ଭାଇରାଲ ହେଲା ଡାକ୍ତରଙ୍କ ଭିଡିଓ ଦେଖନ୍ତୁ କେବେ ମଧ୍ୟ କ୍ଷମା ଦେବନି ମୁଖ୍ୟମନ୍ତ୍ରୀ !!!

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡାକ୍ତରମାନେ ଭଗବାନଙ୍କର ଦ୍ୱିତୀୟ ରୂପ। ସେମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାଇଥାନ୍ତି। ମଣିଷ ରୋଗଶଯ୍ୟାରେ ପଡ଼ିଥିବା ସମୟରେ ଡାକ୍ତରଙ୍କ ଉପରେ ହିଁ ବିଶ୍ୱାସ ରଖିଥାଏ। କାରଣ ଯେକୌଣସି ରୋଗ ହେଉ ନା କାହିଁକି ଡାକ୍ତର ହିଁ ସବୁ ରୋଗକୁ ଠିକ କରି ପାରନ୍ତି। ଡାକ୍ତରଙ୍କ ପାଇଁ ଆମେ ଏକ ନୂଆଁ ଜୀବନ ପାଇଥାଉ। ତେବେ ଡାକ୍ତରଙ୍କୁ ଭଗବାନ କହିବା କିଛି ଭୁଲ ନୁହେଁ। କାହିଁକି ନା ଡାକ୍ତର ନିଜକୁ ସବୁ କ୍ଷେତ୍ରରେ ପ୍ରମାଣିତ କରିଛନ୍ତି। 
Gh
କିନ୍ତୁ କିଛି ଡାକ୍ତରଙ୍କ ଅମନବିକତା ଯୋଗୁଁ ଡାକ୍ତର ଏବଂ ଡାକ୍ତରଖାନା ବଦନାମ ହେଉଛି। ତେବେ ବନ୍ଧୁଗଣ ବର୍ତମାନ ଜଣେ ଡ଼ାକ୍ତରଙ୍କ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବକୁ ମିଳିଛି, ରୋଗୀ ଦେଖିବାକୁ ଡାକ୍ତର ନେଉଛନ୍ତି ଟଙ୍କା। ଫି ନଦେଲେ ଲେଖୁନାହାନ୍ତି ଔଷଧ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା ପାଇଁ ଟଙ୍କା କାରବାର ଅଭିଯୋଗ ହୋଇଛି। 
Gh
ଏଭଳି ଏକ ଭିଡିିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟଙ୍କା ନଦେଲେ ଔଷଧ ଲେଖୁ ନାହାନ୍ତି କାର୍ଯ୍ୟରତ ଡାକ୍ତର। ଡ୍ୟୁଟି ସମୟରେ ରୋଗୀଙ୍କ ନିକଟରୁ ଟଙ୍କା ନେବା ଘଟଣାର ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗୋପାଳପୁର ମେଡ଼ିକାଲ ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି। 
ସରକାର ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯାହାଫଳରେ ଗରିବ ରୋଗୀ ସରକାରୀ ଡାକ୍ତରଖାନାରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ପାଇପାରିବେ। ହେଲେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଏବେ ଚର୍ଚ୍ଚା ପାଲଟିଛି। ଏଥିରେ ଡାକ୍ତରଙ୍କର କୌଣସି ମିଳିପାରିନାହିଁ। ତେବେ ଏହି ଭାଇରାଲ ଭିଡିଓର ସତ୍ୟତା ସମ୍ପର୍କରେ ତଦନ୍ତ ହେବା ଜରୁରୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.