Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ପାଣିପାଗ ବିଷୟରେ ଅଧିକ ଖବର ଆପଣମାନେ ଜାଣି ରଖନ୍ତୁ । ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ପ୍ରବଳ ରୁ ଅତି ପ୍ରବଳ କାଚିବ ବର୍ଷା । ଆଉ ଏହି ବର୍ଷା ହେବା ଦ୍ବାରା ସାରା ଓଡ଼ିଶା ଭିଜିଯିବ । ବର୍ଷା ହେବା ସହ ପବନ ମଧ୍ୟ ଜୋରରେ ବହିବ । 
Bb
ବର୍ଷା ହେବା ସହ ପବନର ବେଗ ମଧ୍ୟ ବହୁତ ଅଧିକ ରହିବ । ବିଜୁଳି ଘଡଘଡି ସାଙ୍ଗକୁ ପବନର ବେଗ ଅଧିକ ରହିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଏବେ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି କୁହାଯାଇଛି କି ଏତେ ପରିମାଣର ବର୍ଷା ହେବ ଯେ ସାରା ଓଡ଼ିଶା ବୁଡି ଯିବ । ଏବେ ବଦଳି ଯାଇଛି ପାଗ । ରଜ ପରଠାରୁ ଅନେକ ସ୍ଥାନରେ ବର୍ଷା ହେଉଛି । ଆଉ ଏହି ବର୍ଷା ସବୁବେଳେ ହେଉଛି ବୋଲି ଖବର ଆସିଛି । ଆଉ ଏହି ବର୍ଷା ପରେ ଏବେ ପୁଣି ଖରା ଫେରିଛି ।
Bb
ଅନେକ ଜିଲ୍ଲାରେ ଏବେ ଅସହ୍ୟ ଖରା ଏବଂ ଗୁଳୁଗୁଳି ଅନୁଭୂତ ହେଉଛି । ଆଉ ଏହି ସବୁ ଜିଲ୍ଲାର ଲୋକମାନେ ଡହଳ ବିକଳ ହେଉଛନ୍ତି । ଏବେ ଲୋକମାନେ ବର୍ଷା ପାଇଁ ଡହଳ ବିକଳ ହେଉଥିବା ସମୟରେ ସମସ୍ତଙ୍କୁ ଆଶ୍ୱସ୍ତି କରିବା ଭଳି ଖବର ଏବେ ଆସିଛି । ଆସନ୍ତା ୧୪ ତାରିଖରେ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆଉ ଏହା ୧୫ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ।
୧୬ ତାରିଖରେ ଲଘୁଚାପ ହେବ ଆଉ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନିଦିନ ଯାଏଁ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକା ରୁ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ମଧ୍ୟମ ପରିମାଣରେ ବର୍ଷା ହେବ । ଆଜି ମଧ୍ୟ କିଛି ଜିଲ୍ଲାରେ ଭାରି ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୧୬ ରୁ ୧୯ ତାରିଖ ଯାଏଁ ବର୍ଷା କାଚିବ ବୋଲି ସୂଚନା ମିଳିଛି ।