Movie prime

ସତର୍କ କରାଇଲା ପାଣିପାଗ ବିଭାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ କାଚିବ ବର୍ଷା

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗୁଆ ସତର୍କ କରାଇଲେ ରିଲିଫ କମିଶନର। ବାତ୍ୟା ଭଳି ବହିବ ପବନ। ଲାଗି ରହିବ ବର୍ଷା। ୧୫ ଓ ୧୬ ତାରିଖରେ କିଛି ଜିଲ୍ଲା ଗୁଡ଼ିକରେ ହେଇ ପାରେ ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ଗଙ୍ଗୀୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧିରେ ଧିରେ ଗତି କରୁଛି। ଗଭୀର ଅବପାତ ଭାବରେ ଏହାର ତୀବ୍ରତା ବଢିଥିଲା। କିନ୍ତୁ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଧିରେ ଧିରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। 
Bh
ଅବପାତରେ ପରିଣତ ହୋଇ ଏହା ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ଦେଇ ପଶ୍ଚିମ ଦିଗରେ ଗତି କରିବ। ଯାହା ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ତିନୋଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେଇଛି। ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବରରେ ଅତିପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହେଇଛି। 
Gg
ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ ଢେଙ୍କାନାଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଇଛି ଅରେଞ୍ଜ ଆଲର୍ଟ। ଏଥିସହିତ ପ୍ରବଳ ବର୍ଷା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାରିଂ ଜାରି ହେଇଛି। ସମାନ ଭାବରେ ଅରେଞ୍ଜ ୱାରିଂରେ ରହିଛି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା। ଅନ୍ୟ ପଟେ ୟେଲୋ ଆଲର୍ଟରେ ରହିଛି ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୋନପୂର୍, ବରଗଡ଼ ଏବଂ ମୟୁରଭଞ୍ଜ। ଉତ୍ତର ଓଡ଼ିଶାରେ ଆଜି ପ୍ରବଳ ମାତ୍ରାରେ ବର୍ଷା ହେଇପାରେ। 
ବର୍ଷା ହେବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିର ପବନ ବହିବା ସହିତ ବିଜୁଳି ଘଡଘଡି ମଧ୍ୟ ମାରି ପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୧୫ ଗୁଡ଼ିକୁ ତିନି ନମ୍ବର ବିପଦ ସଙ୍କେତର ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଏହାରି ମଧ୍ୟରେ ସ୍ଵତନ୍ତ୍ର ରିଲିଫ କମିଶନର ଚେତାବନୀ ଜାରି କରିଛନ୍ତି। ତଳିଆ ଅଞ୍ଚଳ ବୁଡ଼ିବା ସହିତ ମାଟି ଘର ଗୁଡ଼ିକ ଭାଙ୍ଗି ଯାଇପାରେ ବୋଲି ସେ କହିଛନ୍ତି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.