Movie prime

ଭକ୍ତ ଲୁହରେ ଭିଜିଲା ସିଂହଦ୍ୱାର ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଢୁ ଢୁ ବର୍ଷାରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଅରୁଣ ସ୍ତମ୍ଭ ପାଖରେ ଲମ୍ବ ହୋଇ ଶୋଇ ରହିଛନ୍ତି ଜଣେ ମହିଳା। ଏ ଦୃଶ୍ୟ ଦେଖି ବିଚଳିତ ଲାଗିବା ସ୍ୱାଭାବିକ। ହେଲେ କିଛି ସମୟ ତାଙ୍କୁ ଲକ୍ଷ୍ୟ କଲା ପରେ ଜଣାପଡିଲା କି ସେ ଶୋଇନାହାଁନ୍ତି। ବରଂ ଦଣ୍ଡ ପ୍ରଣାମ କରି କରି ମହାପ୍ରଭୁଙ୍କ ପାଖକୁ ଆସୁଛନ୍ତି। ଭୂମି ଉପରେ ଲମ୍ବ ହୋଇ ଶୋଇ ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି। 
Bb
ଆଉ ପୁଣି ଥରେ ଉଠି ଟିକେ ଆଗକୁ ଯାଇ ପୁଣି ସମାନ ଢଙ୍ଗରେ ଶୋଇ ପ୍ରଣାମ କରୁଛନ୍ତି। ଦେଖିଲେ ଲାଗୁଛି ସେ କିଛି ଦୂରରୁ ଏଭଳି ଦଣ୍ଡ ପ୍ରଣାମ କରି କରି ଆସିଛନ୍ତି। ଆଉ ଭଲ କରି ଲକ୍ଷ୍ୟ କଲେ ଜଣାପଡୁଛି କି ବର୍ଷାରେ କେବଳ ଦେହ ତାଙ୍କର ଭିଜିନାହିଁ, ବରଂ ଆଖି ତାଙ୍କର ଲୁହରେ ଭିଜିଯାଇଛି। ମହାପ୍ରଭୁଙ୍କ ଆଡକୁ ଚାହିଁ ସେ ଅନବରତ କାନ୍ଦି ଚାଲିଛନ୍ତି। ଦେହରେ ତାଙ୍କର ବଳ ନଥିବା ପରି ଲାଗୁଛି। ହେଲେ ଦେଖିଲେ ଲାଗୁଛି ଯେମିତି କେଉଁ ଏକ ଅଜଣା ଦୁଃଖ ତାଙ୍କୁ ହୁଏତ ଭାଙ୍ଗିଦେଇଛି। ଯେଉଁଥି ପାଇଁ ଏ ଅନର୍ଗଳ ବର୍ଷାରେ ବି ସେ କୋଟି ଓଡିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଟାଣି ହୋଇ ଆସିଛନ୍ତି। 
Bb
ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ଦଣ୍ଡ ପ୍ରଣାମ କରୁଛନ୍ତି ମହିଳା ଜଣଙ୍କ। କାନ୍ଦି କାନ୍ଦି ଭୂମି ଉପରେ ଶୋଇ ଶୋଇ ଆଗେଇ ଯାଉଛନ୍ତି ମହାପ୍ରଭୁଙ୍କ ଆଡକୁ। ମହିଳାଙ୍କୁ ଦେଖିଲେ ଲୁହ, କୋହ ଆଉ ଭକ୍ତିଭାବର ଏକ ମିଶ୍ରିତ ଅନୁଭବ ସ୍ପଷ୍ଟ ବାରି ହେଉଛି। ବଡି ଭୋରରୁ ପ୍ରବଳ ବର୍ଷା ହେଉଥିବା ବେଳେ ମହିଳା ଭକ୍ତ ଜଣଙ୍କ ନିଜର ଦୁଃଖ ଜଣାଇବା ପାଇଁ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ତାଙ୍କର ଭକ୍ତି ଆଗରେ ହାର ମାନିଛି ଏ ପ୍ରଚଣ୍ଡ ବର୍ଷା। ମହାପ୍ରଭୁଙ୍କ ଆଡକୁ ଲୁହ ଭରା ଆଖିରେ ଚାହିଁ ଦୁଃଖ ଜଣାଉଛନ୍ତି ମହିଳା ଭକ୍ତ ଜଣଙ୍କ। 
ପ୍ରବଳ ବର୍ଷାରେ ଅନ୍ୟମାନେ ବାହାରକୁ ବାହାରୁନଥିବା ବେଳେ ମହିଳା ଜଣକ ବର୍ଷାରେ ଭିଜି ଭିଜି ସିଂହଦ୍ୱାର ପାଖରେ ପହଞ୍ଚିବା ପରେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ସିଂହଦ୍ୱାର ପାଖରେ ଉପସ୍ଥିତ ସେବାୟତମାନେ ବି ଚକିତ ହୋଇଯାଇଛନ୍ତି। ଆଉ ଜଣେ ସେବାୟତ ତାଙ୍କ ଯାଉଁଳି ବେତକୁ ମହିଳାଙ୍କ ମୁଣ୍ଡକୁ ଛୁଆଇଁ ମନେ ମନେ ଆଶ୍ରିବାଦ ଦେଉଛନ୍ତି। ଭଗବାନଙ୍କ ପାଇଁ ମନରେ ଭକ୍ତି ଥିଲେ ଯେ କୌଣସି ପ୍ରତିକୂଳ ପରିସ୍ଥିତି ବି ଭକ୍ତକୁ ଅଟକାଇ ପାରିବନି ଏହି ଦୃଶ୍ୟ ତାର ପ୍ରମାଣ ଦେଉଛି। ମହାପ୍ରଭୁଙ୍କ କୃପା ଥିଲେ ସମସ୍ତ ବାଧାବିଘ୍ନକୁ ଅତି ସହଜରେ ଏଡାଇ ଦେଇ ହେବ ବୋଲି ଏହି ମହିଳା ଭକ୍ତ ଜଣଙ୍କ ପ୍ରମାଣ କରିଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.