Movie prime

ସ୍ବାମୀ ଅବସ୍ଥା ଏମିତି ଦେଖି ଭୋ ଭୋ ହେଇ କାନ୍ଦୁଛି ସ୍ତ୍ରୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍ବାମୀଙ୍କୁ ମେଡ଼ିକାଲ ବେଡରେ ଦେଖି ଦେଖି ଚେତାଶୂନ୍ୟ ହେଇଯାଉଛି ସ୍ତ୍ରୀ। ପୁଅକୁ ମଧ୍ୟ ଦେଖି ଆଖିରୁ ଲୁହ ସୁଖୁନି ମାଟିର। ହୃ-ଦ-ଘା-ତରେ ଆରପାରିକୁ ଚାଲିଗଲେ ଘରର ମୁଖିଆ। ରୋଜଗାରିଆ ପୁଅଟା ବି ବ୍ରେନ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ମେଡିକାଲ ବେଡ଼ରେ ଜୀବନ ସହ ସଂଗ୍ରାମ କରୁଛି।
ପାନ ଦୋକାନ କରି ଦୁଇଓଳି ଖାଇବା ଯୋଗାଡ଼ କରୁଥିବା ପରିବାର ଏବେ ବେସାହାରା ହୋଇଯାଇଛି। ଏପଟେ ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ସଂଜ୍ଞାହିନ ହୋଇ ପଡୁଛନ୍ତି ସ୍ତ୍ରୀ। ପାଖରେ ଅର୍ଥ ନଥିବାରୁ ପୁଅକୁ ଭଲ କରିବା ପାଇଁ ହାତ ଯୋଡି ପୁଅର ଜୀବନ ବଞ୍ଚାଇବା ଗୁହାରି କରୁଛନ୍ତି ମାଆ। 
 V
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ। ବିଷ୍ଣୁପଦ ପରିଡା ଅମର୍ଦା ରୋଡ ବଜାରରେ ଏକ ଛୋଟ ପାନ ଦୋକାନ କରି ଯାହା ରୋଜଗାର କରନ୍ତି ସେଥିରେ ହସଖୁସିରେ ପରିବାର ଚଳାନ୍ତି। ହେଲେ ହଠାତ ପ୍ରଥମେ ବିଷ୍ଣୁପଦଙ୍କ ବାପା ସୁବୋଧ ପରିଡା ହୃଦରୋଗରେ ଶିକାର ହେଲେ।
ଯାହା କିଛି ସଞ୍ଚୟ ଥିଲା ଓ ଜମିବାଡି ବିକ୍ରି କରି ତାଙ୍କ ଚିକିତ୍ସାରେ ସାରିଦେଲେ ସିନା ହେଲେ ବାପାଙ୍କୁ ବଞ୍ଚାଇ ପାରିଲେନି ବିଷ୍ଣୁପଦ। ୨ ମାସ ତଳେ ହୃ-ଦ-ଘା-ତରେ ଆରପାରିକୁ ଚାଲିଗଲେ ବିଷ୍ଣୁପଦଙ୍କ ବାପା। ପରିବାରର ସାହାରା ସାଜିଥିବା ବିଷ୍ଣୁପଦ କିଛିଦିନ ତଳେ ପାନ ଦୋକାନରେ ବସିଥିବା ବେଳେ ଛାତିରେ ଯ-ନ୍ତ୍ର-ଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।
ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ବିଷ୍ଣୁପଦ ଏକାସହ ହୃ-ଦ-ଘା-ତ ଏବଂ ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବା କହିଥିଲ। ଯାହାର ଚିକିତ୍ସା ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ବାପାଙ୍କ ଚିକିତ୍ସାରେ ସମସ୍ତ ଅର୍ଥ ସରିଯିବା ପରେ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ କିଛି ଟଙ୍କା ନଥିଲା।
Hh
ବିଷ୍ଣୁପଦ ଜଣେ ଗରିବ ପରିବାରର ହୋଇଥିବା ବେଳେ ଜମିବାଡି କହିଲେ ସ୍ୱଳ୍ପ କିଛି ଚାଷଜମୀ ଏବଂ ଏକ ଭଙ୍ଗା ଟାଇଲ ଘର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ମିଳିଥିବା କାର୍ଡରେ ମଧ୍ୟ ବାପାଙ୍କ ଚିକିତ୍ସାରେ ସମସ୍ତ ଅର୍ଥ ସରିଯାଇଛି। ଏପରି ଦୁର୍ଦ୍ଦିନ ସମୟରେ ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ଆକୁଳ ନିବେଦନ କରୁଛି।
ପୁଅକୁ ମେଡ଼ିକାଲ ବେଡରେ ପଡ଼ିଥିବାର ଦେଖି ଆଖିର ଲୁହକୁ ଅଟକାଇ ପାରୁନି ମାଆ। କାନ୍ଦି କାନ୍ଦି ପୁଅକୁ ଭଲ କରିବା ପାଇଁ ସହାୟତା ମାଗୁଛି ବୁଢ଼ୀ ମାଆ। ଏହାସହିତ ପାଖ ପଡ଼ୋଶୀ ମଧ୍ୟ ବିଷ୍ଣୁପଦଙ୍କୁ ସହାୟତା ଯୋଗାଇଦେବାପାଇଁ ନିନେଦନ କରିଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.