ଶେଷରେ ସତ ମାନିଲେ ଯୁବକ ଦଶମ ଶ୍ରେଣୀ ଝିଅର ମୁଁ ଭବିଷ୍ୟତ ନଷ୍ଟ କରିଛି
Mar 1, 2025, 12:30 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ମାଲକାନଗିରି ଜିଲ୍ଲାରେ ଘଟିଥିବା ଘଟଣା ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଏହି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳର ଘଟଣା ସାରା ରାଜ୍ୟକୁ ଲଜ୍ଜିତ କରିଛି । ଦଶମ ଶ୍ରେଣୀରେ ଝିଅ ପାଠ ପଢୁଥିଲା । ଝିଅ ପରୀକ୍ଷା ଦେବାକୁ ଯାଇଥିଲା । ଆଉ ସେ ପରୀକ୍ଷା ଦେବା ବେଳେ ତାର ପେଟ ଯନ୍ତ୍ରଣା ହୋଇଥିଲେ । ସେ ହଷ୍ଟେଲ ଆସିବା ପରେ ପେଟ ଯନ୍ତ୍ରଣା ହୋଇଥିଲା । ଆଉ ପରେ ସେ ହଷ୍ଟେଲର ଉପର ରୁମକୁ ଯାଇ ସେଠାରେ ଛୁଆ ଜନ୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

ଦଶମ ଶ୍ରେଣୀର ଝିଅ ଗର୍ଭବତୀ ହୋଇଛି । ଆଉ ଏବେ ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା କରାଇଥିବା ପୁଅ ଜଣକ ସାମ୍ନାକୁ ଆସିଛି । ଏହି ନୃଶଂସ ଯୁବକ ଜଣକ ବାରମ୍ବାର ସେହି ଦଶମ ଶ୍ରେଣୀର ଝିଅ ସହ ଶାରିରୀକ ସମ୍ପର୍କ ରଖୁଥିଲା । ୧୬ ବର୍ଷର ଝିଅକୁ ୧୦ ମାସର ଗର୍ଭବତୀ କରିଦେଲା । ଆଉ ଝିଅ ବାଧ୍ୟ ହୋଇ ଦଶମ ବୋର୍ଡ ପରୀକ୍ଷା ମଝିରେ ହଷ୍ଟେଲ ଛାତ ଉପରେ ସନ୍ତାନ ଜନ୍ମ କରିଛି । ୧୬ ବର୍ଷୀୟ ନାବାଳିକା ଝିଅର ଜୀବନ ନଷ୍ଟ କରିଦେଇଛି ଏହି ନୃଶଂସ ଯୁବକ । ଏବେ ଏହି ଯୁବକ ଜଣକ ସାମ୍ନାକୁ ଆସିଛି ।

ଏବେ ଏହି ଯୁବକ ଜଣଙ୍କୁ ପୋଲିସ ଠାବ କରି ଏହି ଘଟଣାର ତଦନ୍ତ କରି ଗିରଫ କରିଛି । ଏହି ୧୬ ବର୍ଷୀୟ ଝିଅ ଯିଏ ଦୁନିଆ କଣ ଭଲରେ ଜାଣିନାହିଁ । ଯିଏ ସଂସାର ବିଷୟରେ କିଛି ଜାଣିନାହିଁ ଯାହାର ପିଲାଳିଆମି ଯାଇନାହିଁ ସେ ଆଜି ଛୁଆଟିଏ ଜନ୍ମ ଦେଇଛି ଆଉ ମାଆ ହୋଇଯାଇଛି । ଯେତେବେଳେ ଏହି ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଦେଉଥିବା ଝିଅ ଛୁଆଟିଏ ଜନ୍ମ ଦେଇଛି ଆଗକୁ ତାର ଭବିଷ୍ୟତ କଣ ହେବ ଏବେ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ।
ଏବେ ଏହି ଛୋଟ ଝିଅଟି ଛୁଆ ଜନ୍ମ ଦେଇଛି ଆଉ ଏବେ ସେ ଯୁଆଡେ ବି ଯିବ ଜନ୍ମ ଦେଇଥିବା ଛୁଆକୁ ନେଇକରି ଯିବ କାରଣ ଏବେ ସେହି ଦଶମ ଶ୍ରେଣୀର ଝିଅ ମାଆ ହୋଇ ଯାଇଛି । ଛୋଟ ଝିଅ ଏବେ ଏତେ ବଡ ଭୁଲ କରିଦେଇଛି । ଏବେ ପ୍ରଶ୍ନ ଆସିଛି କି ବାପା ମାଆ ଆଉ ପରିବାର ଝିଅକୁ ହଷ୍ଟେଲରେ ପାଠ ପଢ଼ିବାକୁ ଛାଡିଥିଲେ ଆଉ ହଷ୍ଟେଲ ଭିତରେ ଯଦି ଏଭଳି ହେବ ତାହେଲେ ପରିବାର ଆଉ କାହାକୁ ବିଶ୍ୱାସ କରିବେ । ବାପା ମାଆ ଅନେକ ସ୍ବପ୍ନ ଦେଖିଥିଲେ କିନ୍ତୁ ଏଭଳି ଘଟଣା ସବୁ ଘଟିଯାଇଛି । ଏବେ ଏହି ଝିଅର ଭବିଷ୍ୟତ କଣ ହେବ ଏହାକୁ ନେଇ ପ୍ରଶ୍ନ ଆସୁଛି । ଝିଅର ପରିବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି ।