ସିତାରାମ ଙ୍କୁ ସରକାର ଙ୍କ ଉପେକ୍ଷା କଣ ପାଇଁ, ନା ସହିଦ ବୋଲି ସମ୍ମାନ ମିଳିଲା ନା ଦିଆଗଲା ଅନୁକମ୍ପା ରାଶି..

ପୈତୃକ ଗାଁରେ ମୃତ ଓଡ୍ରାଫ ଯବାନ ସୀତାରାମଙ୍କର ମୃତଦେହ ପହଞ୍ଚିଲା। ପରିବାର ଲୋକ ଶହୀଦ ଘୋଷଣା ନ ହେବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହୋଇପାରିବ ନାହିଁ ବୋଲି ଦାବି ରଖିଛନ୍ତି।

ମହାନଦୀର ମୁଣ୍ଡଳି ନିକଟରେ ହାତୀ ଉଦ୍ଧାର ଅପରେସନ ସମୟରେ ବୋଟ ଟ୍ରାଜେଡିରେ ଓଡ୍ରାଫର ଯବାନ ସୀତାରାମ ମୁର୍ମୁଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଦିନ ମୃତଦେହ ମିଳିବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଡାକଇପାଳ ଗାଁର ମୁକ୍ତାଝରି ସାହିରେ ତାଙ୍କ ଘର ହୋଇଥିବା ବେଳେ ଶନିବାର ଦିନ ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଗାଁକୁ ପହଞ୍ଚିଥିଲା।

ରବିବାର ଦିନ ସକାଳେ ସୀତାରାମଙ୍କ ପରିବାର ଲୋକେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଶେଷକୃତ୍ୟ ସମ୍ପନ୍ନ କରିବା ସହ ସୀତାରାମଙ୍କୁ ଶହୀଦ ଘୋଷଣା ନକରିବା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଦେବେ ନାହିଁ ବୋଲି ପରିବାର ଲୋକ କହିଛନ୍ତି। ଅନ୍ୟପଟେ ତାଙ୍କର ସ୍ତ୍ରୀ କହିଛନ୍ତିକି, ସରକାର ତାଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ପିଲାଙ୍କର ପାଠପଢା ଖର୍ଚ୍ଚ ବହନ କରନ୍ତୁ ଓ ତାଙ୍କୁ ସରକାରୀ ଚାକିରୀ ମିଳୁ ବୋଲି ସେ ଜିଦ ଧରି ବସିଛନ୍ତି ।

 

 

Leave a Reply

Your email address will not be published. Required fields are marked *