Movie prime

ଶୀତରେ ଦାଉ ସାଜିଲା ବର୍ଷା ଏହି ୪ ଜିଲ୍ଲାକୁ ଆଲର୍ଟ...!

 
Hg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ପାଣିପାଗ ବିଷୟରେ ଅନେକ କିଛି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ବର୍ଷା ହେଉଛି । ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ହେଉଛି । କୋହଲା ପାଗ ସାଙ୍ଗକୁ ଝିପ୍ ଝିପ ବର୍ଷା ହେଉଛି । ଏବେ ଏହି ପାଗ ସମସ୍ତଙ୍କୁ ବିଚଳିତ କରିଛି । ବିଲରେ ଧାନ ପାଚି ଲହରୀ ମାରୁଛି ।
Bb
ଆଉ ଏପଟେ ଅଦିନିଆ ବର୍ଷା ଦେଖି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆଉ ଏହି ଲଘୁଚାପ କାରଣରୁ ଅନେକ ଜିଲ୍ଲାରେ ବର୍ଷା ହେଉଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେଉଛି । ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ହୋଇଛି । 
Bb
ଭୁବନେଶ୍ୱର, କଟକ ଜିଲ୍ଲା ସମେତ ଅନେକ ସ୍ଥାନରେ ବର୍ଷା ହେଉଛି । ଘଣ୍ଟା ପ୍ରତି ୫ କିମି ବେଗରେ ପବନ ବହୁଛି । ଏବେ ଲଘୁଚାପ ଅବପାତ ରୂପ ନେଇଛି । ଅନେକ ଜିଲ୍ଲାରେ ମଧ୍ୟମ ରୁ ହାଲୁକା ବର୍ଷା ହେଉଛି । ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି । ଥଣ୍ଡା ପବନ ଯୋଗୁଁ ଶୀତ ଅନୁଭୂତ ହେଉଛି । କିଛି ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ହେଉଛି । ଲୋକମାନେ ଏହିସବୁ ଦେଖି ଚିନ୍ତାରେ ଅଛନ୍ତି । ବର୍ଷା ପ୍ରଭାବରେ ଅନେକ କିଛି ପରିବର୍ତ୍ତିତ ହେଉଛି । 
ତାପମାତ୍ରା ମଧ୍ୟ ହ୍ରାସ ହୋଇଛି । ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୮ ଡିଗ୍ରୀ ହ୍ରାସ ହୋଇଛି । ଆଜି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକ ହେଉଛି, ଗଞ୍ଜାମ, ଗଜପତି, ଜଗତସିଂହପୁର, ଏବଂ କେନ୍ଦ୍ରାପଡ଼ା । ଆଜି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହିସବୁ ବିଷୟରେ ସୂଚନା ଦେଇଛି ।

Around The Web