କଣ ସତରେ ସୌମ୍ୟ ଆ-ତ୍ମ-ହ-ତ୍ୟା କରିଲେ, ନ ଏହା ଦୁ-ର୍ଘ-ଟ-ଣା ନ ହ-ତ୍ୟା?? ନ୍ୟାୟ କେବେ ମିଳିବ

ପାରଳାଖେମୁଣ୍ଡି:-  ଗଜପତି ଏସପି (ଏସିଏଫ) ସହକାରୀ ବନ ସଂରକ୍ଷକ ସୌମ୍ଯରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲାକୁ ଆଜି ୧୨ ଦିନ ହୋଇଗଲାଣି। ବର୍ତ୍ତମାନ ଧୀରେ ଧୀରେ ଏହି ମାମଲାର ଗୁମର ଖୋଳୁଛି। ଦିନକୁ ଦିନ ଏହି ମାମଲା ଆହୁରି ଗଭୀର ହେବାକୁ ଲାଗିଛି। ଏହି ମାମଲାରେ ତଦନ୍ତ ଚାଲିଛି ଓ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। କିଏ ଓ କାହିଁକି ଓ କିପରି ସୋମ୍ୟରଞ୍ଜନଙ୍କର ମୃ-ତ୍ୟୁ ହେଲା।

ସେହିପରି ଏସିଏଫ ସୌମ୍ଯରଞ୍ଜନଙ୍କ ମୃ-ତ୍ୟୁ ମାମଲାରେ ଦିନକୁ ଦିନ ଏକ ନୂଆ ମାମଲା ସାମ୍ନାକୁ ଆସୁଛି। ସୌମ୍ଯରଞ୍ଜନଙ୍କ କ୍ଵାର୍ଟରରୁ ଏକ ଚିଠି ସାମ୍ନାକୁ ଆସିଛି, ଯେଉଁଥିରେ ଲେଖା ହୋଇଥିଲାକି,’ମୁଁ ଚାକିରିରୁ ଇସ୍ତଫା ଦେଇ ଦେବାକୁ ଚାହେଁ। ମୁଁ ଚାକର ହୋଇ ରହିଯିବି। ମୋତେ ତୁମ ପାଦର ଛୋଟ ଅଂଶଟିଏ ଦରକାର।”

ତାଙ୍କ କ୍ଵାର୍ଟରରୁ ମିଳିଥିବା ଆଉ ଏକ ଚିଠିରେ ଲେଖାଯାଇଛିକି,’ମୁଁ ତୁମର ଯୋଗ୍ୟତା ନୁହେଁ। ମୁଁ ତୁମକୁ ଏ ବିଷୟରେ କିଛି କହିବାକୁ ମଧ୍ୟ ଚାହୁଁନାହିଁ। ମୁଁ କେବଳ ତୁମକୁ ମୋର ସ୍ତ୍ରୀ ଓ ଭଲ ସାଙ୍ଗ ଭାବରେ ଦେଖିବାକୁ ଚାହେଁ।”

ବର୍ତ୍ତମାନ ଏକ ବଡ ପ୍ରଶ୍ନ ହେଉଛିକି ଏହି ଚିଠିର ଅର୍ଥ କଣ ଓ ସେ କାହା ପାଇଁ ଏମିତି ଲେଖିଥିଲେ। ଗତକାଲି ଗଜପତି ଏସପି ଡିଏଫଓ, ରୋଷେୟାଙ୍କୁ କ୍ଳିନଚିଟ ଦେଇଛନ୍ତି ଓ ସେ କହିଛନ୍ତିକି ଏହି ମାମଲାରେ ଏମାନଙ୍କର କୌଣସି ସମ୍ପୃକ୍ତି ନାହିଁ। ଅମୁଲାନ୍ସ ଅଟକିଥିବା ଉପରେ ସେ କହିଛନ୍ତି କି ବିଦ୍ୟାଭାରତୀ ତାଙ୍କର କିଛି ଆବଶ୍ୟକ ଜିନିଷ ନେବା ପାଇଁ ଯାଇଥିଲେ, ସେଥିପାଇଁ ଫରେଷ୍ଟ ଗେଟ ପାଖରେ ଅମୁଲାନ୍ସ ୧୦-୧୫ ମିନିଟ ଛିଡା ହୋଇଥିଲା।

Leave a Reply

Your email address will not be published. Required fields are marked *