ଏହା ଛୋଟ ଘଟଣା ନୁହ, ବଡ଼ ବଡ଼ ଲୋକ ସାମିଲ ଅଛନ୍ତି ଏଥିରେ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୧୪ ଦିନ ବିତିଲାଣି । କିନ୍ତୁ ଏହାର କୌଣସି ପ୍ରମାଣ ମିଳି ପାରୁ ନାହିଁ । ଅନ୍ୟ ପଟେ ତଦନ୍ତ ସରିବା ପୂର୍ବରୁ ମୂଳ ଏତଲାରେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଥିଲା ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କ୍ଲିନଚିଟ ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ପାରଳାଖେମୁଣ୍ଡି ଆନ୍ତର୍ଜାତୀୟ ମନବାଧିକାର ପରିଷଦ ।

ପରିଷଦର ଜିଲ୍ଲା ସାଧାରଣ ସଂପାଦକ ପ୍ରଦୋଜ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତଦନ୍ତ ସଠିକ ଭାବେ ହେଉନାହିଁ । ଆଇଆଇସି ମମତା ପଣ୍ଡା ଙ୍କ ଭୂମିକା କୁ ସନ୍ଦେହ ଜନକ କରିଦେଇଛି, କିପରି ଭାବେ କେଉଁ ପରିସ୍ଥିତି ରେ ମମତା ବିଦ୍ୟା ଙ୍କ ପାଖକୁ ଯାଇଥିଲେ ଆଉ ବିଦ୍ୟା  ସହ dfo ବି ଥିଲେ

ମମତା ଙ୍କୁ ଯଦି ତାଙ୍କ ମା ମାନେ ବିଦ୍ୟା ଙ୍କ ମା ଡାକିଥିଲେ ତେବେ ତାଙ୍କ ମୋବାଇଲ ବି ଯାଞ୍ଚ ହେଉ, କଣ ଠିକ୍ କଣ ଭୁଲ ଜଣ ପଡିଯିବ, ଆଉ ସକାଳେ ଜେରା ଆଉ ସନ୍ଧ୍ୟା ରେ ସବୁ ନିର୍ଦ୍ଦୋଷ କହିଥିବା ଏସପି ଙ୍କ ଭୂମିକା ରେ ବି ସନ୍ଦେହ ଆସୁଚି

dfo ଙ୍କ ପାଖରେ ଚାବି କଣ ପାଇ ଥିଲା ସୌମ୍ୟ ଙ୍କ ଘର ର,ସେ ପ୍ରମାଣ ନଷ୍ଟ ବି କରି ଥାଇ ପାରନ୍ତି, ଏସବୁ ସନ୍ଦେହ ଆଡ଼କୁ ଉଙ୍କି ମାରୁଚି

Leave a Reply

Your email address will not be published. Required fields are marked *