Movie prime

Hockey World Cup 2023 ରେ ବଲିଉଡ ଅଭିନେତା ରଣବୀର ସିଂ ଙ୍କ ମ୍ୟାଜିକାଲ ଡ୍ୟାନ୍ସ କଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ମହୋତ୍ସବ ସମାରୋହ ଆୟୋଜିତ ହେବ। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।
ପ୍ରାୟ ୩ ସପ୍ତାହ ଧରି ଭୁବନେଶ୍ୱର ଓ ରାଉରକେଲା ରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 
ଏହି ଉଦଘାଟନୀ ଉତ୍ସବ ‘ସେଲିବ୍ରେସନ୍’ ରେ ଭରପୁର ମନୋରଞ୍ଜନ ଯୋଗାଇ ଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡ ତାରକା ରଣବୀର ସିଂ ଓ ଦିଶା ପଟାନୀ।
ଉଭୟ ଭୁବନେଶ୍ୱରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶାକୁ ସ୍ୱାଗତ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଛନ୍ତି।
ନିଜ ନାମର ଜର୍ସି ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। 
ଏହି ଉତ୍ସବରେ ଓଡ଼ିଶାର ସଂସ୍କୃତି ଓ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୁର ମନୋରଞ୍ଜନ ରହିବ ବୋଲି ସୂଚନା ମିଳିଛି। ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳିବ ବଲିଉଡ ସୁପରଷ୍ଟାରଙ୍କ ଜଲୱା ।
ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସର ତାଳେ ତେଳେ ଝୁମିବେ ଓଡ଼ିଶାବାସୀ । ସେହିପରି ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ନୀତି ମୋହନ, ବେନୀ ଦୟାଲ, ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।
ତେବେ ବନ୍ଧୁଗଣ ଚଳିତ ବର୍ଷ ବେଶ୍ ଚର୍ଚ୍ଚାରେ ରହିଛି ହକି ବିଶ୍ଵକପ। ଯାହାକି ଦେଖିବାକୁ ମିଳୁଛି ହକି ବିଶ୍ଵକପ ଉଦଘାଟନି ଉତ୍ସବରେ ବଲିଉଡ ଷ୍ଟାର ରଣବୀର.ସିଂ ଯୋଗ ଦେବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ହକି ବିଶ୍ଵକପ ଉଦ୍‌ଘାଟନ ଉତ୍ସବରେ ନିଜ ମ୍ୟାଜିକାଲ ଡ୍ୟାନ୍ସର ଛାପ ଛାଡ଼ିଲେ ବଲିଉଡ ଷ୍ଟାର ରଣବୀର ସିଂ।
ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ଜବରଦସ୍ତ ଏଣ୍ଟ୍ରି କଲେ ବଲିଉଡ ଷ୍ଟାର ରଣବୀର ସିଂ।