Movie prime

Social Media ରେ ଭାଇରାଲ ହେଉଛି ରାହୁଲ ଙ୍କ ଟର୍ଣିଂ ପଏଣ୍ଟ ....

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ବିଷୟରେ ସୂଚନା ପାଇପାରିବେ ।
ସୋସିଆଲ ମିଡିଆ ହେଉଛି ଏଭଳି ଏକ ପ୍ଳାଟଫର୍ମ ଯାହାଦ୍ଵାରା ଆପଣମାନେ ଦେଶ, ବିଦେଶ, ରାଜ୍ୟ , ସବୁ ଅଞ୍ଚଳ, ରୋଷେଇ, ଖେଳ, କମେଡି ଆଦି ସବୁ କ୍ଷେତ୍ରର ଘଟଣା ପାଇପାରିବେ ।
ଏବେ ସୋସିଆଲ ମିଡିଆରେ ଟି ୨୦ ମ୍ୟାଚକୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏଭଳି ଏକ ଖେଳକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ତ ଟି ୨୦ ବିଶ୍ୱକପ୍ ଖେଳ ଦେଖୁଥିବେ । ଆପଣମାନେ କ୍ରିକେଟ ଦେଖିବାକୁ ତ ଭଲ ପାଉଥିବେ । ଆଉ କ୍ରିକେଟର କେ.ଏଲ ରାହୁଲଙ୍କୁ ଜାଣିଥିବେ । ଏହି ଖେଳାଳି ଜଣଙ୍କୁ କିଏ ବା ନ ଜାଣିଛି । ତାଙ୍କ ଖେଳ ବହୁତ ସୁନ୍ଦର ଅଟେ ।
ତାଙ୍କର ପ୍ରଶଂସକମାନେ ତାଙ୍କୁ ନେଇ ଗର୍ବିତ । ଆମ ଭାରତ ଟିମ୍ ପାଇଁ ସେ ଜଣେ ମହାନ୍ ଖେଳାଳି ଅଟନ୍ତି । କାଲି ଟି ୨୦ ବିଶ୍ୱକପ୍ ଖେଳରେ ଭାରତ ଏବଂ ବଙ୍ଗଳାଦେଶ ଖେଳୁଥିଲେ ।
ଆଉ କାଲିର ମ୍ୟାଚ୍ ଏତେ ରୋମାଞ୍ଚକ ଥିଲା ଯେ ଯେ କେହିବି ଦେଖିବ ମୁଗ୍ଧ ହୋଇଯିବ । ବଙ୍ଗଳାଦେଶର ଖେଳାଳି ଲିଟନ ଦାସ ମାରି ଚାଲିଥିଲେ ଚୌକା ଆଉ ଛକା । ସେ ଜମାବି ଥମି ନଥିଲେ । ଆଉ ଏଭଳି ଲାଗୁଥିଲା ସତେ ଯେପରି ବଙ୍ଗଳାଦେଶ ଠାରୁ ଭାରତ ପରାଜୟ ହୋଇଯିବ ।
କିନ୍ତୁ ସେତେବେଳେ ବାଜି ଓଲଟାଇ ଦେଇଥିଲେ ଭାରତୀୟ କ୍ରିକେଟ ଖେଳାଳୀ କେ. ଏଲ ରାହୁଲ । ଏବେ ଟି ୨୦ ବିଶ୍ୱକପ୍ ପାଇଁ ଚାଲୁଛି କଡା ମୁକାବିଲା । ସେମି ଫାଇନାଲରେ ସ୍ଥାନ ପାଇବାକୁ ହେଲେ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ ।
ଆଉ ଏହି ମ୍ୟାଚରେ ବାଜି ମାରିଛି ଭାରତ । ଭାରତୀୟ ଦଳର ଫିଲ୍ଡିଂ ପୂର୍ବ ପରି ବହୁତ କଡା ଥିଲା । କାଲିର ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ହେଉଛି କେ. ଏଲ ରାହୁଲଙ୍କର ବାଉଣ୍ଡ୍ରି ଲାଇନରୁ ଡାଇରେକ୍ଟ ଥ୍ରୋ ।
ବଙ୍ଗଳାଦେଶ ୭ ଓଭର ଖେଳିବା ପରେ ବର୍ଷା ହୋଇଥିଲା । ଆଉ ବର୍ଷା ଛାଡ଼ିବା ପରେ ଖେଳ ପୁଣି ହୋଇଥିଲା । ଆଉ ଏହାପରେ ଲିଟନ ଦାସ ପୁଣି ମାରିଥିଲେ । ସେ ମାରିଥିବା ବଲ୍ ଯାଇ କେ, ଏଲ ରାହୁଲଙ୍କ ପାଖରେ ପହଞ୍ଚିଥିଲା । 
ଆଉ ଲିଟନ ଯେତେବେଳେ ଦୁଇ ରନ୍ ନେବାକୁ ଯାଇଥିଲେ ସେତେବେଳେ ବାଉଣ୍ଡ୍ରି ପାଖରୁ ଡାଇରେକ୍ଟ ଥ୍ରୋ କରିଥିଲେ କେ. ଏଲ ରାହୁଲ । ଆଉ ୱିକେଟ କରିଥିଲେ ବଙ୍ଗଳାଦେଶ ଖେଳାଳୀ ଲିଟନ ଦାସଙ୍କୁ ।
ଏହାପରେ ବଙ୍ଗଳାଦେଶର ୱିକେଟ ଆରମ୍ଭ ହୋଇଥିଲା । ଶେଷ ଓଭରରେ ମଧ୍ୟ ୬ ଖାଇବା ପରେ ୱିକେଟ ନେଇ ମ୍ୟାଚ୍ ଜିତାଇଥିଲେ ଅଜଦୀପ୍ ସିଂ ।