Movie prime

ଲଗାତାର ୫ ଟି ବଲ୍ ରେ ଛକ୍କା ମାରିଥିବା ରୀଙ୍କୁ ସିଂ ଙ୍କ ଜୀବନ ର କଷ୍ଟ ଜାଣିଲେ ଆପଣ ବି କାନ୍ଦି ପକେଇବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ୨୦୨୩ ଆଇପିଏଲ ରେ ହୋଇଥିବା ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା। ଯେଉଁଥିରେ କି କୋଲକାତା, ଗୁଜୁରାଟ କୁ ହରାଇ ଦେଇଥିଲା।
ଏବଂ କୋଲକାତା ର ଏହି ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରିଙ୍କୁ ସିଂ। ଆଜ୍ଞା ହଁ ସେ ଶେଷ ଓଭର ରେ ଛଅ ଟି ଛକା ମାରି ତାଙ୍କ ଟିମ୍ କୁ ହାରୁ ଥିବା ମ୍ୟାଚ୍ ରୁ ଜିତାଇ ଦେଇଛନ୍ତି।
ତେବେ ଆପଣ ମାନେ କିଛି ଖେଳାଳୀ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିଥିବେ ହେଲେ ଏବେ ଆମେ ଆପଣଙ୍କୁ ରିଙ୍କୁ ସିଂ ଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ କହିବାକୁ ଯାଉଛୁ।
ସେ ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ମଧ୍ୟ ସିଲିଣ୍ଡର ବିତରଣ କରନ୍ତି। ଏହା ଦ୍ବାରା ମଧ୍ୟ ତାଙ୍କର ପରିବାର ର ଭରଣ ପୋଷଣ ହୋଇଥାଏ। ତାଙ୍କ ବାପା ଙ୍କୁ ଏତେ କଷ୍ଟ କରୁ ଥିବାର ଦେଖି ସେ ଅନେକ ଲୋକଙ୍କ ଘରେ ମଧ୍ୟ ଚାକର କାମ କରିଛନ୍ତି।
ହେଲେ ତାଙ୍କର କିନ୍ତୁ କ୍ରିକେଟ ପ୍ରତି ପ୍ରବଳ ନିଶା ଥିଲା ଏବଂ ସେ ଖୁବ ଭଲ କ୍ରିକେଟ ମଧ୍ୟ ଖେଳୁଥିଲେ। ସେ କେତେ ଭଲ କ୍ରିକେଟ ଖେଳନ୍ତି ତାହା ଏବେ ପ୍ରମାଣିତ ହୋଇ ଯାଇଛି।
ସେ ଗତ କାଲି ମ୍ୟାଚ୍ ରେ କରିଥିବା ଚମତ୍କାର ପ୍ରଦର୍ଶନ ନିଶ୍ଚିତ ଭାବରେ ବେଶ ପ୍ରଶଂସନୀୟ ଅଟେ। ହେଲେ ସେ ଏହି ପ୍ରଶଂସା ର ପାତ୍ର ହେବା ପଛରେ ତାଙ୍କ ଜୀବନରେ ବହୁତ ବଡ଼ ସଂଘର୍ଷ ର କାହାଣୀ ମଧ୍ୟ ଲୁଚି ରହିଛି। ତାଙ୍କୁ ଏହି ସ୍ଥାନରେ ଆସି ପହଞ୍ଚିବା ଏତେ ସହଜ ନଥିଲା।
ତାଙ୍କରି ପାଇଁ ହିଁ ଗତ କାଲି ତାଙ୍କ ଟିମ ବିଜୟ ଲାଭ କରି ପାରିଲା। ତାଙ୍କ ସାମ୍ନାରେ ସଚିନ ତେନ୍ଦୁଲକର ଓ ସେହୱାଗ ମଧ୍ୟ ତାଙ୍କର ନତ ମସ୍ତକ କରିଛନ୍ତି। ସେମାନେ କହିଥିଲେ କି ଏଭଳି ଭାବରେ ଖେଳିବା ନିଶ୍ଚିତ ଭାବରେ କଷ୍ଟ ସାଧ୍ୟ ଅଟେ।
ଆଉ ଯେତେବେଳେ ତାଙ୍କୁ ମିଡ଼ିଆ ସାମ୍ନାରେ ସମ୍ବୋଧିତ କରିଥିଲେ ସେତେବେଳେ ସେ ଭାବ ବିହ୍ୱଳ ହୋଇ ଯାଇଥିଲେ ଆଉ କହିଥିଲେ କି ସେ ଏହି ଛକା ଗୁଡ଼ିକୁ ସେମାନଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ଯେଉଁ ମାନେ ତାଙ୍କୁ ଏହି ସ୍ଥାନରେ ଆଣି ପହଞ୍ଚାଇ ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.