Movie prime

ଶ୍ରମିକ ମାନଙ୍କୁ ବଡ଼ ଭେଟି ଦେଲେ ମୋଦୀ ଦେଖନ୍ତୁ କଣ ଆଣିଲେ ବଡ଼ ଉପହାର

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦଶହରା ପୂର୍ବରୁ ସରକାରଙ୍କ ବଡ ଭେଟି। ଦେଶର କୋଟି କୋଟି ଶ୍ରମିକଙ୍କ ପାଇଁ ଖୁସି ଖବର। ମୋଦି ସରକାର ଦେଇଛନ୍ତି ବଡ ଭେଟି। ପାର୍ବଣ ପାଖେଇ ଆସୁଥିବା ବେଳେ ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର। ଗୁରୁବାର ଦେଶର କୋଟି କୋଟି ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ, ଓ ଉଚ୍ଚ କୁଶଳୀ ବର୍ଗର ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। 
Vv
ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଗୁରୁବାର କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ମାଣ କାର୍ଯ୍ୟ, କୃଷି ତଥା ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଯାହା ଫଳରେ ଦେଶର କୋଟି କୋଟି ଶ୍ରମିତ ଉପକୃତ ହେବାକୁ ଯାଉଛନ୍ତି। ଦେଶରେ ମହଙ୍ଗା ମାଡ ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ବର୍ଦ୍ଧିତ ମଜୁରି ଶ୍ରମିକଙ୍କ ପାଇଁ ବେଶ ସହାୟକ ହେବ। 
Vv
କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏଣିକି ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭୮୩ ଟଙ୍କା। ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ଦୈନିକ ୮୬୮ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦି ସରକାର। ଯାହା ଫଳରେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମାସିକ ମଜୁରି ୨୨,୫୬୮ ଟଙ୍କାରେ ପହଞ୍ଚିଛି। କିରାଣି, ସୁରକ୍ଷା କର୍ମୀ ଭଳି ଶ୍ରମିକ ଏହି ବର୍ଗର ମଜୁରି ପାଇବେ। ସେହିଭଳି କୁଶଳୀ ଶ୍ରମିକଙ୍କ ଦୈନିତ ମଜୁରୀ ୯୫୪ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦି ସରକାର। 
ଯାହାକି ପୂର୍ବରୁ କମ୍‌ ଥିଲା। ଏଣିକି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା କୁଶଳୀ ଶ୍ରମିକମାନେ ମାସିକ ୨୪,୮୦୪ ଟଙ୍କା ପାଇବେ। ଏ ନେଇ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଶ୍ରମିକଙ୍କ ଭଳି ଉଚ୍ଚ କୁଶଳୀ ବର୍ଗର ଶ୍ରମିକଙ୍କ ଦୈନିତ ମଜୁରି ମଧ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଏଣିତି ଉଚ୍ଚକୁଶଳୀ ଶ୍ରମିକ ଦୈନିକ ୧୦୩୫ ଟଙ୍କା ପାଇବେ। ଅର୍ଥାତ ଉଚ୍ଚକୁଶଳୀ ଶ୍ରମିକଙ୍କ ମାସିକ ୨୬,୯୧୦ ଟଙ୍କା ପାଇବେ। ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.