Movie prime

ବାପାଙ୍କ ମୃ-ତ୍ୟୁ ପରେ ବି ମୁହଁ ଚାହିଁଲାନି ପୁଅ ୧୩ ଘଣ୍ଟା ପଡ଼ି ରହିଲା ଶବ ଶେଷରେ ମାଉସୀ ଙ୍କ ପାଟିରୁ କିଛି ବାହାରିଗଲା ଏମିତି

 
Special Report
ହଜିଗଲା ମାନବିକତା। ସମ୍ପର୍କ ଭୁଲିଗଲା କୁଳାଙ୍ଗାର ପୁଅ। ମଲା ପରେ ବି ପର କରିଦେଲା। ବାପା ର ମୃ-ତ୍ୟୁ ପରେ ବି ମୁହଁ ଚାହିଁଲାନି, ୧୩ ଘଣ୍ଟା ପଡ଼ି ରହିଲା ବୃଦ୍ଧଙ୍କ ଶବ। ପାଖରେ ଜଗି ରହିଥିଲେ ମୃ-ତ-କଙ୍କ ୮୦ ବର୍ଷିୟ ସ୍ତ୍ରୀ। ଅନେଇ ଅନେଇ ବୃଦ୍ଧ ମହିଳାଙ୍କ ଆଖିରୁ ପାଣି ମରିଗଲା ହେଲେ ପୁଅ, ବୋହୁ, ଝିଅ, ନାତିନାତୁଣୀ କାହାର ଦେଖା ମିଳିଲାନି। ପୁଅ ପାଖକୁ ଫୋନ୍‌ କରି କରି ଥକିଗଲେ କିନ୍ତୁ ସେ ଆସିଲାନି। 
ବାପାର ମରଶରୀର ନେବାକୁ ପୁଅ ମନା କରିଦେବା ପରେ, ଶେଷରେ ସାନ ଝିଅ ଶେଷକୃତ୍ୟ ପାଇଁ ନେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଅଂଚଳରେ। ଏ ବୟସରେ ନିଜ ଗର୍ଭକୁ ଏମିତି ନିନ୍ଦୁଛି ଏ ବୁଢ଼ୀ ମା। ହେଲେ ଜନ୍ମକଲା ପୁଅ-ଝିଅଙ୍କ ପାଇଁ କାହିଁକି ନିଜ କୋଳକୁ ଏମିତି ଧିକାର କରୁଛି ଏ ମା। କାହିଁକିନା ହସ୍ପିଟାଲ୍‌ରେ କାଲିଠୁ ୮୫ ବର୍ଷୀୟ ବାପର ଡେଡବଡ଼ି ପଡ଼ିଛି। 
ପାଖରେ କେବଳ ୮୦ ବର୍ଷ ବୟସର ମା ଅନେଇଛି ସବୁ ପୁରୁଣା କଥା ଭୁଲି ପୁଅ,ଝିଅ ଆସିବେ ମେଡିକାଲ୍‌ରୁ ଶବ ଉଠିବ ହେଲେ କାହାରି ଦେଖାନାହିଁ। ରାଜନଗର ଅଞ୍ଚଳର ଭୀମସେନ ବାହାଦୂରଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇଥିଲା। ଭୁବନେଶ୍ୱରରେ ରହୁଥିବା ଏକମାତ୍ର ପୁଅ ଶେଷକୃତ୍ୟ ପାଇଁ ସଫା ସଫା ମନା କରିଦେଇଥିଲା। ଅବେଳରେ ୨ ଝିଅଙ୍କ ମଧ୍ୟ ନଆସିବାରୁ ସ୍ୱାମୀଙ୍କ ଶବକୁ ଜଗି ରହିଥିଲେ ଅସହାୟ ବୃଦ୍ଧା। 
ତେବେ ଦୀର୍ଘ ୧୩ ଘଣ୍ଟା ପରେ ଭୀମସେନଙ୍କ ଶବକୁ ସାନ ଝିଅ ନେବାକୁ ଆସିଥିଲା। ହେଲେ ଶବ ନେବା ପାଇଁ ତାଙ୍କର ଆନ୍ତରିକତା ନଥିବା ପରି ଲାଗୁଥିଲା। ମେଡିକାଲ ଅଫିସର ବୁଝା ସୁଝା କରିବା ପରେ ବାଧ୍ୟ ବାଧ୍ୟବାଧକତାରେ ଶବକୁ ମହାପ୍ରୟାଣ ଗାଡ଼ିରେ ସ୍ୱେଛାସେବୀଙ୍କ ସହ ଉଠାଇ ନେଇଥିଲେ। ପୋଖରୀଆପଡା କିଛି ଯୁବକଙ୍କ ସହାୟତାରେ ପୋଖରୀପଡା ଶ୍ମଶାନରେ ବାପାର ଶବ ସତ୍କାର ହୋଇଥିଲା। ହେଲେ ଦୁଃଖର କତା ମୁଖାଗ୍ନି ଦେବାକୁ ବି କେହି ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.