Movie prime

ବାପା ଶବ୍ଦର ଅର୍ଥ କଣ ବୁଝାଇଦେଲେ ଏହି ବାପା ଜଣଙ୍କ ଦେଖନ୍ତୁ ଝିଅ ପାଇଁ କେମିତି ଜୀବନ ଉତ୍ସର୍ଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣ ଜୀବନ ଟିଏ ବଞ୍ଚିବା କେତେ ଯେ କଷ୍ଟକର ତାହା ଜଣେ ଜୀବନ ସହ ସଙ୍ଘର୍ଷ କରୁଥିବା ଲୋକ ହିଁ ଜାଣି ପାରିବ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଝିଅର ଦୃଶ୍ୟ ଦେଖାଇବାକୁ ଯାଉଛୁ
ଯେକି ବର୍ତ୍ତମାନ ସୁଦ୍ଧା ନିଜେ ଏକ ସଙ୍ଘର୍ଷମୟ ଜୀବନ ବଞ୍ଚିଛି। ଏହି ସମୟରେ ଝିଅ ଟିର ସାଥ ଦେଇଛନ୍ତି ତାର ବାପା। ସଂଘର୍ଷମୟ ଜୀବନ ମଧ୍ୟରେ ମଧ୍ୟ ଅନାବିଡ ପ୍ରେମ ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲ୍ଲା ,ପଟ୍ଟାମୁଣ୍ଡାଇ ବ୍ଲକ , ବଧସାହି ଗ୍ରାମର ଉଷା ରାଣୀ ସେଠୀ ଓ ବାପା ହରେକୃଷ୍ଣ ସେଠୀ। ଉଷା ହେଉଛନ୍ତି ଜଣେ ଦିବ୍ୟାଙ୍ଗ। ହେଲେ ବାପା ଙ୍କ ଭଲ ପାଇବା ଭିତରେ ସେ କେବେ ହେଲେ ମଧ୍ୟ ନିଜକୁ ଅକ୍ଷମ ବୋଲି ମାନେ କରି ନାହାଁନ୍ତି।
ଝିଅ ପାଠ ପଢ଼ିବ ବୋଲି ଅଟୋ କିଣି ସେଥିରେ ଝିଅ କୁ ନବା ଆଣିବା କରିଛନ୍ତି ହରେକୃଷ୍ଣ। ବାପା ଝିଅ ଟିକୁ ଛୋଟ ବେଳୁ ହାତ ଧରି ଛୋଟ ରୁ ବଡ଼ କରିଛନ୍ତି।
ସେଥି ପାଇଁ ଝିଅ ର ମଧ୍ୟ ଇଚ୍ଛା ଅଛି କି ଦିନେ ନା ଦିନେ ସେ ବାପା ର ସମସ୍ତ ଇଚ୍ଛା ପୂରା କରିବେ। ଘର ମଧ୍ୟ ଭାଙ୍ଗି ଗଲାଣି ସରକାର ଙ୍କ ତରଫରୁ ତାଙ୍କୁ କୌଣସି ସୁବିଧା ସୁଯୋଗ ମଧ୍ୟ ମିଳି ନାହିଁ।
ନିଜ ପେଟକୁ ଖାଇବା ନଖାଇ ଭୋକ ଉପାସରେ ଉକ୍ତ ବ୍ୟକ୍ତି ଜଣକ ସେହି ଅଟୋ ଖଣ୍ଡେ କରିଛନ୍ତି। ଏବଂ ବାପାଙ୍କ ଉଚ୍ଚ ସ୍ବପ୍ନ ପୁରା କରିବା ପାଇଁ ତାଙ୍କ ଝିଅ ହିଁ ହେଉଛନ୍ତି ତାଙ୍କର ଏକମାତ୍ର ଆଶା।
ହରେକୃଷ୍ଣ ଙ୍କ ସ୍ତ୍ରୀ ମଧ୍ଯ ଏହା କହିଛନ୍ତି କି ତାଙ୍କର ଆଶା ଅଛି ଜି ତାଙ୍କ ଝିଅ ଚାକିରୀ କରିଲେ ହିଁ ତାଙ୍କର ଦୁଃଖ କଷ୍ଟ ସବୁ ଚାଲି ଯିବ ଏବଂ ସେମାନେ ସୁଖରେ ରହିବେ।
ତେବେ ଆପଣ ମାନେ ଭାବି ପାରୁଥିବେ କି ଜୀବନ କେତେ ସଂଘର୍ଷମୟ ଅଟେ। ଏହି ବ୍ୟକ୍ତି ଓ ତାଙ୍କ ଝିଅ ଙ୍କୁ ସମାଜ ସହ ଖାପ ଖୁଆଇ ଚଳିବା ପାଇଁ ନାହିଁ ନଥିବା ସଂଘର୍ଷ ମଧ୍ଯ କରିବା ପେନ୍ ପଡୁଛି।