Movie prime
ଶେଷରେ ଆଉ ସହି ପାରିଲେନି ବାରମ୍ବାର ଅ-ଭଦ୍ର କମେଣ୍ଟ ପାଇଁ ଶେଷରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ର ସମାଜ କିଭଳି ଭାବରେ କଳୁଷିତ ହେବାରେ ଲାଗିଲାଣି। କେହି କାହାର ଜୀବନ ନେଇ ଯାଉଛି ତ କେହି ଅନ୍ୟ କାହା ପାଇଁ ନିଜ ଜୀବନ ମଧ୍ଯ ଦେଇ ଦଉଛି। ଏଭଳି ଘଟଣା ମଧ୍ୟ ଏବେ ଦିନକୁ ଦିନ ଖୁବ୍ ବଢ଼ିବାରେ ଲାଗିଛି। ଏବଂ କିଛି ଘଟଣା ମଧ୍ୟ ଏଭଳି ରହସ୍ୟ ମୟ ଘଟୁଛି କି ତା ପଛର ପ୍ରକୃତ ରହସ୍ୟ କଣ ତାହା ଜଣା ପଡୁ ନାହିଁ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଧିନସ୍ଥ ନନ୍ଦିପୁର ଅଞ୍ଚଳରେ। ସେଠାରେ କମେଣ୍ଟ ମରା ନେଇ ନବମ ଶ୍ରେଣୀ ଛାତ୍ରୀ ଙ୍କ ଚାଲି ଯାଇଛି ଜୀବନ । ହେଲେ ତାଙ୍କ ମୃ-ତ୍ୟୁ ପଛର ରହସ୍ୟ କଣ ତାହା ଜଣା ପଡି ନାହିଁ। ସେ ନିଜେ ଜୀବନ ହାରିଛନ୍ତୀ ନା ଯିଏ ତାଙ୍କୁ କମେଣ୍ଟ ମାରୁଥିଲେ ସେମାନେ ହିଁ ତାଙ୍କର ହତ୍ୟା କରିଛନ୍ତି ଏହି ରହସ୍ୟ ଉପରୁ ପରଦା ଉଠି ପାରି ନାହିଁ।
ସେହି ନବମ ଶ୍ରେଣୀ ଯୁବତୀ ଙ୍କ ଦେହରେ କୌଣସି ସ୍ଥାନରେ ମଧ୍ୟ କ୍ଷତ ନାହିଁ ସେଥି ପାଇଁ ପୋଲିସ୍ ପ୍ରାଥମିକ ସ୍ତରରେ ତଦନ୍ତ କରି ଏବେ ସ-ବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିଛି। ଏବଂ ରିପୋର୍ଟ ଆସିବା ପରେ ଏହି ତଦନ୍ତ ପ୍ରକ୍ରିୟା କୁ ଆହୁରି କଡା କଡ଼ି କରାଯିବ ବୋଲି କୁହା ଯାଇ ଅଛି। ଏହି ଛାତ୍ରୀ ଜଣକୁ ୧୪ ବର୍ଷ ହୋଥିଲା ଥିବା ବେଳେ ସେ ମଧ୍ଯ ଭଲ ପାଠ ପଢୁଥିଲେ। ଏବେ ଏହି ଘଟଣା ତାଙ୍କ ପାରିବାର ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।
ସବୁ ଦିନ ଭଳି ଯୁବତୀ ଜଣକ ଟ୍ୟୁସନ ଯାଇଥିଲେ ହେଲେ କାହାକୁ ମଧ୍ୟ ଜଣା ନଥିଲା କି ଝିଅ ଟି ଆଉ ସବୁଦିନ ଭଳି ଫେରିବ ନାହିଁ। ଗ୍ରାମର ଏକ ପୋଖରୀ ହୁଡ଼ାରେ ପଡ଼ି ରହିଛି ଯୁବତୀ ଜଣକ ଙ୍କ ସାଇକେଲ ଏବଂ ବହି ବସ୍ତାନି। ଏବଂ ପାରିବାର ଲୋକ ଏବେ ଏହି ଘଟଣାକୁ ଆ-ତ୍ମ-ହ-ତ୍ୟା ନୁହେଁ ବରଂ ଏହାକୁ ହ-ତ୍ୟା ବୋଲି ଦର୍ଶାଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ତେବେ ପୋଲିସ୍ ର ତଦନ୍ତ ପରେ ହିଁ ଘଟଣା ର ସତ୍ୟା ସତ୍ୟ ଜଣା ପଡ଼ିବ।