Movie prime

ଭିନ୍ନକ୍ଷମ ହେଲେ ମଧ୍ୟ ମୁଁ ପୋଷୁଛି ମୋ ପରିବାର ପେଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ହାତ ଗୋଡ ଥାଇ ମଧ୍ୟ ଲୋକ ମାନେ କୌଣସି କାମ କରିବା ପାଇଁ ରାଜି ହେଉ ନାହାଁନ୍ତି। କାରଣ ସେମାନେ ଭିକ୍ଷା ବୃତ୍ତି କୁ ଆପଣେଇ ନେଇଛନ୍ତି। ସେମାନେ କିଛି କଷ୍ଟ ନକରି ଫଳ ର ଆଶା କରିଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଦେଖନ୍ତୁ ଏହି ବ୍ୟକ୍ତି ଜଣକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ନିଜ ପେଟକୁ ନିଜେ ପରିଶ୍ରମ କରି ପୋଷିବାକୁ ଚାହାନ୍ତି। ଖାସ ସେଥି ପାଇଁ ସେ ତାଙ୍କର ସେହି ସାଇକେଲ ଟିକୁ ଏକ ଛୋଟ କାଟିଆ ଦୋକାନରେ ପରିଣତ କରି ଦେଇଛନ୍ତି। ସେ କହିବା କଥା କି ଆଗରୁ ସେ ଭୁବନେଶ୍ଵର ରେ ଭିକ୍ଷା ବୃତ୍ତି କରୁଥିଲେ। ଏବଂ ସେଠାକାର ଲୋକ ମାନେ ତାଙ୍କୁ ସେଭଳି କରିବାକୁ ମନା କରିବା ସହ ,
 ତାଙ୍କୁ କିଛି ଟଙ୍କା ମଧ୍ଯ ସାହାଯ୍ୟ କରିଥିଲେ ଏହାପରେ ସେ ଭିକ୍ଷା ବୃତ୍ତି ଛାଡ଼ି ଖୁଚୁରା ବ୍ୟବସାୟ କରିବାକୁ ଲାଗିଲେ। ପିଲାଟି ଦିନରୁ ସେ ହେଉଛନ୍ତି ଭିନ୍ନକ୍ଷମ ତାଙ୍କୁ ସେଥି ପାଇଁ ଅନେକ ଲୋକ ମାନଙ୍କ ନିକଟରୁ ଅନେକ କଥା ମଧ୍ଯ ଶୁଣିବାକୁ ପଡିଛି। ସେଥି ପାଇଁ ସେ ଘରେ କାହାରି ଉପରେ ବୋଝ ହେବାକୁ ନ ଚାହିଁ ଭିକ୍ଷା ବୃତ୍ତି କରିଥିଲେ। ହେଲେ ଏବେ ସେ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛନ୍ତି। ନିଜେ ନିଜ ପରିବାରର ପ୍ରତି ପୋଷଣ କରୁଛନ୍ତି।
ତାଙ୍କୁ ସରକାର ଙ୍କ ତରଫରୁ କୌଣସି ସହାୟତା ମଧ୍ୟ ମିଳି ନାହିଁ ଯେତେବେଳେ କି ସେ ବାରମ୍ବାର ଏଥି ପାଇଁ ନିବେଦନ ମଧ୍ୟ କରିଛନ୍ତି। ସେଥି ପାଇଁ ସେ ସରକାରଙ୍କୁ ଏକ ଉଠା ଦୋକାନ ଦେବାପାଇଁ ନିବେଦନ କରିଛନ୍ତି । କାରଣ ସେ ନିଜ ରୋଜଗାର ଧନ ମାଧ୍ୟମରେ ନିଜ ପୁଅ ଓ ଝିଅ କୁ ଏକ ଭଲ ସ୍କୁଲ ରେ ପାଠ ପଢାଇବାକୁ ଚାହୁଁଛନ୍ତି। ତେବେ ନିଶ୍ଚିତ ଭାବରେ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।