Movie prime
ରାସ୍ତାରେ ପଡ଼ିଥିବା ଯୁବତୀଙ୍କୁ ସାହାର୍ଯ୍ୟ ଦେଇ ଚର୍ଚ୍ଚାରେ ACP ଦେଖନ୍ତୁ ଏମିତି ସାହାର୍ଯ୍ୟକଲେ ପୋଲିସ ବାବୁ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ର ସମାଜ ଅମାନବିକତା ର ସବୁ ସୀମା କୁ ଲଂଘି ସାରିଛି। ହେଲେ ଆଜି ମଧ୍ୟ ଏହି କ୍ରୁର ସମାଜରେ ମାନବିକତା ବଞ୍ଚି ରହିଛି। ଆଜି ମଧ୍ୟ ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନେକି ଉଚ୍ଚ ପଦବୀ ରେ ଅଛନ୍ତି ହେଲେ ସେ ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଭୁଲି ଯାଇ ନାହାଁନ୍ତି। ଆଜିର ଏହି ସ୍ୱାର୍ଥପର ସମାଜରେ ଦିନକୁ ଦିନ ମଣିଷର ମଣିଷ ପଣିଆ ହଜି ଯାଉଥିବା ବେଳେ,
ମୟୂରଭଞ୍ଜ ଜିଲ୍ଲାର ଜଣେ ବଡ଼ ଅଫିସର ମାନବିକତା ଦେଖାଇ ପ୍ରମାଣ କରି ଦେଇଛନ୍ତି କି ଆଜି ମଧ୍ୟ ଆମ ସମାଜରେ ମାନବିକତା ବଞ୍ଚି ରହିଛି। ଆପଣ ମାନେ ଜାଣିଥିବେ କି ସାଧାରଣତଃ ଲୋକ ମାନେ ଉଚ୍ଚ ପଦବୀରେ ବସିଲେ ଗର୍ବ ଓ ଅହଙ୍କାରରେ ସବୁ କିଛି ଭୁଲି ଯାଇ ଥାଆନ୍ତି। ହେଲେ ଏହାକୁ ଭୁଲ୍ ପ୍ରମାଣ କରିଛନ୍ତି ମୟୂରଭଞ୍ଜ ର ଏସପି ଶ୍ରୀ ରିଶିକେଶ ବ୍ୟାନଦେଓ ଖିଲାଦି।
ଏସପି ଶ୍ରୀ ରିଶିକେଶ ବ୍ୟାନଦେଓ ଖିଲାଦି କପ୍ତିପଦା ରେ ହେବାକୁ ଯାଉଥିବା ଏକ ମିଟିଂ କୁ ଯାଉଥିଲେ ଏବଂ ଯିବା ସମୟରେ ଲୁଇପା ଡିଗ୍ରୀ କଲେଜ ନିକଟରେ ଜଣେ ଛାତ୍ରୀ ବସ ରୁ ଓହ୍ଲାଇବା ସମୟରେ କପ୍ତିପଦା ଗୋଲେଇ ଠାରେ ମୁଣ୍ତ ବୁଲାଇବାରୁ ପଡି ଗଲେ। ହେଲେ ଛାତ୍ରି ଜଣକ ରାସ୍ତାରେ ପଡି ଯାଇଥିବା ଦେଖି କୌଣସି ବ୍ୟକ୍ତି ମାନେ ମଧ୍ୟ ତାଙ୍କୁ ଉଦ୍ଧାର କରି ନଥିଲେ।
ଏହି ସମୟରେ ଏସପି ସେହି ବାଟ ଦେଇ ଯାଉଥିବା ସମୟରେ ସେହି ଛାତ୍ରୀ ଜଣ ଙ୍କୁ ଦେଖିଥିଲେ ଓ ଛାତ୍ରୀ ଜଣକ ରାସ୍ତାରେ ପଡ଼ିଥିବା ଦେଖି ସେ ତୁରନ୍ତ ଗାଡି ରୁ ଓହ୍ଲାଇ ସେହି ଛାତ୍ରୀ ଜଣଙ୍କୁ ସାଙ୍ଗରେ ନେଇ କପ୍ତିପଦା ଉପଖଣ୍ଡ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ଏବଂ ସେଠାରେ ମଧ୍ଯ ସେ ତାଙ୍କର ଚିକିତ୍ସା କରାଇଥିଲେ। ଏବେ ଏସପି ଙ୍କ ଏଭଳି କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳରେ ତାଙ୍କ ପ୍ରଶଂସା କରାଯାଉଅଛି।