Movie prime

ଅଭିନେତ୍ରୀ ହେବାକୁ ଲୁଚି ଆସିଥିଲେ ଆଉ ଆଜି ପାଇଛନ୍ତି ଏମିତି ସଫଳତା ଦେଖନ୍ତୁ ଖୋଲିଲେ ରାଜ

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ମାନସୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଯାହାଙ୍କ ଅଭିନୟ ଆପଣମାନେ ଟିଭି ପରଦାରେ ଏବଂ ବଡ଼ ପରଦାରେ ଦେଖି ସାରିଛନ୍ତି।
ସେ ଧାରାବାହିକ ରେ ଅଭିନୟ କରି ସମସ୍ତ ଓଡିଶାବାସୀ ଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ଆପଣମାନେ ଜାଣିଥିବେ ମାନସୀ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ "ତୋ ଅଗଣାର ତୁଳସୀ ମୁଁ" ରେ ଅଭିନୟ କରିଥିଲେ।
ଅଭିନେତ୍ରୀ ମାନସୀ କହିଛନ୍ତି ଯେ ତାଙ୍କୁ ଅଭିନୟ କରିବା ପାଇଁ ଆଉ ଏହି ଲାଇନ୍ କୁ ଆସିବା ପାଇଁ ଆଗ୍ରହ ହିଁ ନଥିଲା।କିନ୍ତୁ ନବମ ଶ୍ରେଣୀର ଅଭିନୟ କରିବାକୁ ଚାହିଁଲେ।ତାଙ୍କ ପରିବାରରେ କିଛି ଜଣ ସପୋର୍ଟ କରୁଥିଲେ ଆଉ କିଛି ଲୋକ ସପୋର୍ଟ କରୁ ନଥିଲେ।
ଯେତେବେଳେ ସେ ଭାବିଥିଲେ ହିରୋଇନ୍ ହେବେ ସେତେବେଳେ ସେ ତାଙ୍କ ବାପାଙ୍କ ପାଖରୁ ଲୁଚି କରି କଟକ ରେ ଅଡିସନ୍ ଦେବାପାଇଁ ଆସିଥିଲେ।ସେ ଛୋଟ ବେଳୁ ଭୁବନେଶ୍ୱର କି କଟକ ଆସି ନଥିଲେ।
କିନ୍ତୁ ଏବେ ସେ ଇଣ୍ଡଷ୍ଟ୍ରି କୁ ଆସି ସାରିଛନ୍ତି ଆଉ ତାଙ୍କୁ ସମସ୍ତେ ବହୁତ ଭଲ ପାଇବା ଦେଉଛନ୍ତି ତେଣୁ ଏବେ ତାଙ୍କ ଘରେ ସମସ୍ତେ ସପୋର୍ଟ କରୁଛନ୍ତି।
ସେ ଯେତେବେଳେ ଅଭିନୟ କରିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ମା, ଦିଦି ଆଉ ମାଉସୀ ସପୋର୍ଟ କରିଥିଲେ।ତାଙ୍କରି ପାଇଁ ହିଁ ଅଭିନେତ୍ରୀ ମାନସୀ ଏତେ ବାଟ ପହଞ୍ଚିଛନ୍ତି।ସେ ପ୍ରଥମେ ତିନୋଟି ଧାରାବାହିକ ରେ ଅଭିନୟ କରିଲେ।
ଏହାପରେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଅଭିନେତ୍ରୀ ମାନସୀ ଙ୍କୁ "ତୋ ଅଗଣାର ତୁଳସୀ ମୁଁ" କାହାଣୀ ବହୁତ ଭଲ ଲାଗେ।ଆଉ ସେ କେବେ ଭୁଲି ପାରିବେ ନାହିଁ।
"ତୋ ଅଗଣାର ତୁଳସୀ ମୁଁ" ଧାରାବାହିକ ରେ ସେ କେଟି ଚରିତ୍ର ରେ ଅଭିନୟ କରିଥିଲେ।ଆଜି ପର୍ଯ୍ୟନ୍ତ ମଧ୍ୟ ସେ କେଟି ନାମରେ ପରିଚିତ।ସେ ଆଉ ଏକ ନୂଆ ଧାରାବାହିକ ରେ ଅଭିନୟ କରିବାକୁ ଯାଉଛନ୍ତି ଦର୍ଶକ ମାନେ ସେହିଭଳି ଭଲ ପାଇବା ଦେବେ ବୋଲି ଆଶା ରଖିଛନ୍ତି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.