Movie prime
ଫିଲ୍ମ ରିଲିଜ କୁ ନେଇ ମୁହଁ ଖୋଲିଲେ ଓଡ଼ିଆ କଳାକାର ଜ୍ୟୋତି ଦେଖନ୍ତୁ କଣ କହିଲେ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ସୁପର୍ ହିଟ୍ ନାୟକ ଜ୍ୟୋତି ରଞ୍ଜନ ନାୟକ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଏକ ଦକ୍ଷ ଅଭିନେତା ଏବଂ ସେ ଏକ ରିଆଲିଟି ଶୋ ମାଧ୍ୟମରେ ହିଁ ଏହି ଅଭିନୟ ଜଗତରେ ପାଦ ଦେଇଥିଲେ। ତାଙ୍କର ଅନେକ ଗୁଡ଼ିଏ ହିଟ୍ ଫିଲ୍ମ୍ ମଧ୍ୟ ଅଛି। ଆପଣ ମାନେ ଜାଣିଥିବେ କି କୋରନା ସଂକ୍ରମଣ ବୃଦ୍ଧି ଯୋଗୁଁ ଫିଲ୍ମ୍ ହଲ ବନ୍ଦ୍ ଥିଲା।
ଏବଂ ଏବେ ଦୀର୍ଘ ବର୍ଷେ ପରେ ପରଦା ଉପରକୁ ଫେରୁଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ ଏବଂ ସେ ତାଙ୍କ ଫିଲ୍ମ୍ କି ନେଇ ମଧ୍ଯ ବେଶ ଉତ୍ସାହିତ ଅଛନ୍ତି। ସେହି ଫିଲ୍ମ୍ ଟି ନାମ ରହିଛି “ତୁ ମୋର ଓକେ" ଏହି ଫିଲ୍ମ୍ ଟି ମଧ୍ଯ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବା ପାଇଁ ଯାଉଛି। ଏବଂ ତାଙ୍କ ଫିଲ୍ମ୍ କୁ ଖୁବ ଭଲ ପାଇବା ଓ ସପୋର୍ଟ କରିବାକୁ ସେ ଦର୍ଶକ ମାନଙ୍କୁ ନିବେଦନ କରିଛନ୍ତି।
ସେ କହିଛନ୍ତି କି ସାଉଥ୍ ଇଣ୍ଡଷ୍ଟ୍ରି ସହ ଆମ ସିନେ ଜଗତ କୁ କମ୍ପେୟାର କରିବା ଏକ ବଡ଼ ଭୁଲ୍ ଅଟେ। କାରଣ ତାଙ୍କ ସିନେମା ବିଭିନ୍ନ ରାଜ୍ୟ ରେ ରିଲିଜ୍ ହେଉଥିବା ବେଳେ ଆମ ଓଲିଉଡ ସିନେମା ସେ ପର୍ଯ୍ୟନ୍ତ ପହଞ୍ଚି ନାହିଁ। କାରଣ ଓଡ଼ିଆ ସିନେମା ବଜେଟ ଅନୁସାରେ ହିଁ ପ୍ରସ୍ତୁତ କରା ଯାଇଥାଏ। ଏବଂ ସେ ଏହା ମଧ୍ୟ କହିଛନ୍ତି କି ଯଦି ଅମିତାଭ ବଚ୍ଚନ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ବିଷୟରେ ଟ୍ୱିଟ କରୁଛନ୍ତି ,
ତେବେ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ବିଷୟରେ ସେତିକି ନଲେଜ୍ ରଖୁଛନ୍ତି। ତେବେ ଯଦି ବାହାର ଲୋକ ମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଏତେ ମାତ୍ରାରେ ସପୋର୍ଟ କରୁଛନ୍ତି ତେବେ ଆମ ନିଜ ଲୋକ ମାନେ ଏହି ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ନିଶ୍ଚିତ ଭାବରେ ସପୋର୍ଟ କରିବା ଉଚିତ ଅଟେ। ଏବଂ ଏହି ଫିଲ୍ମ୍ ର ଷ୍ଟୋରୀ ସହ ଗୀତ ଗୁଡ଼ିକ ମଧ୍ଯ ଖୁବ୍ ଭଲ ହୋଇଛି ବୋଲି ଅଭିନେତା ଜ୍ୟୋତି ରଞ୍ଜନ ନାୟକ କହିଛନ୍ତି।