Movie prime

ଆସନ୍ତୁ ଜାଣିବା ଆପଣଙ୍କ ପ୍ରିୟ କମେଡିଆନ Jayiram Samal ଙ୍କ ବିଷୟରେ କିଛି ବିଶେଷ କଥା - ସ୍ତ୍ରୀ ପରିବାର ଏବଂ ଜୀବନଶୈଳୀ

 
Ollywood news
ନମସ୍କାର ବନ୍ଧୁଗଣ ଆପଣମାନେ ତ ନିଶ୍ଚିତ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ। ଏବଂ ଓଡ଼ିଆ ଚଳଚ୍ଚିତ୍ରର କମେଡି ଗୁଡ଼ିକ ବେଶ୍ ପସନ୍ଦ ମଧ୍ୟ କରୁଥିବେ। ଆପଣମାନଙ୍କ ମନରେ ଉତ୍କଣ୍ଠା ଆସୁଥିବ ଯେ ସେହି କମେଡିଆନ୍ ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ। ତାହେଲେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଆମେ ଆପଣମାନଙ୍କୁ ଜଣେଇବୁ ସେହି ପ୍ରିୟ କମେଡିଆନ୍ ଜଈ ରାମ ସାମଲଙ୍କର ଘର ପରିବାର ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ। 
ତାଙ୍କର ଝିଅ ତାଙ୍କର ନାତୁଣୀ ଦେଖିବାକୁ କେମିତି, ସେ କେବେ ଆଗାମୀ ଦିନମାନଙ୍କରେ ଚଳଚ୍ଚିତ୍ରରେ ଅଭିନୟ କରିବେ, ସେ ବର୍ତ୍ତମାନ କଣ କରୁଛନ୍ତି, ଏହି ସବୁକିଛି ବିଷୟରେ ଜାଣିବା। ଦର୍ଶକ ବନ୍ଧୁ ଓଡ଼ିଆ କମେଡିଆନ୍ ଜଈ ଭାଇ ତାଙ୍କର ପ୍ରକୃତି ନାମ ହେଉଛି ଜୟରାମ ସାମଲ। ୧୯୪୮ ମସିହାରେ କଟକ ଜିଲ୍ଲାର ମାହାଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଏବଂ ବର୍ତ୍ତମାନ ସମୟରେ ତାଙ୍କର ବୟସ ଯାଇ ପହଞ୍ଚିଛି ମାତ୍ର ୭୩ ବର୍ଷ ତେବେ ୧୯୭୦ ମସିହାରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। 
ଏବଂ ଏହିଦିନ ଠାରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ପାଖାପାଖି ୩୦୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି | ଏହା ସହିତ ଅନେକ ଗୁଡ଼ିଏ ନାଟକରେ ମଧ୍ୟ ସେ ନିଜର କମେଡିର ଯାଦୁ ଦେଖାଇ ସାରିଛନ୍ତି। ୨୦୦୮ ମସିହାରେ ତାଙ୍କର ୩୦ ବର୍ଷର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ଏଥି ନିମନ୍ତେ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଜଈରାମ ସାମଲ ଏମିତି ଭାବେ କମେଡିଆନ୍ ଥିଲେ। 
ତାଙ୍କ ପାଇଁ କେବଳ ଓଲିଉଡ ଜଗତ ନୁହେଁ ଓଡ଼ିଶାର ଘରେ ଘରେ ତାଙ୍କର ଏହି କମେଡିକୁ ଦେଖି ମୁହଁରେ ଟିକେ ହସ ଫୁଟି ପାରୁଥିଲା | ଦର୍ଶକ ବନ୍ଧୁ ଆପଣମାନଙ୍କର ପ୍ରଥମରୁ ଉତ୍କଣ୍ଠା ରହିଛି ଯେ ଜଈରାମ ସାମଲଙ୍କର ନାତୁଣୀ କିଏ ଜାଣିବାକୁ ତେବେ ଦର୍ଶକ ବନ୍ଧୁ ଆପଣମାନେ ଏହି ଭିଦିଓଟି ରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଜଈରାମ ସାମଲଙ୍କର ନାତୁଣୀ ତାଙ୍କର ନାମ ରହିଛି ଅନିତା ସାମଲ। ଯିଏକି ଖୁବ୍ ଶୀଘ୍ର ଓଲିଉଡ ଜଗତରେ ପାଦ ଦେବାକୁ ଯାଉଛନ୍ତି। ତେବେ ଏବେ ଦେଖିବାକୁ ବାକି ଅଛି ଯେ ଜଈ ସାମଲ୍ ଙ୍କ ନାତୁଣୀ କେବେ ଓଲିଉଡ ଜଗତ ରେ ପାଦ ଦେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.