Movie prime

ମୋ କୋଳ ଥିଲା ରିକି ଝୁଲଣା: ଅଭିନେତ୍ରୀ ସ୍ନିଗ୍ଧା

 
Special Report
ଆପଣମାନେ ଜାଣିଥିବେ ଯେ ସ୍ୱର୍ଗତଃ ଅଭିନେତା ମିହିର ଦାସ୍ ଙ୍କ ପରଲୋକରେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ବର୍ତ୍ତମାନ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ର ମଧ୍ୟ ମୃ-ତ୍ୟୁ ହୋଇଛି।ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ବୋଷ ମହାନ୍ତି କହିଛନ୍ତି ଯେ ଅମ୍ଳାନ ଆଉ ଅକ୍ଲାନ୍ତ ତାଙ୍କରି କୋଳରେ ହିଁ ବଡ଼ ହୋଇଛନ୍ତି।କାରଣ ମିହିର ଦାସ ଙ୍କ ଘରକୁ ସ୍ନିଗ୍ଧା ଓ ତାଙ୍କ ପରିବାର ଲୋକେ ପ୍ରାୟ ସମୟରେ ଯାଇଥାନ୍ତି।
ଅଭିନେତ୍ରୀ ସ୍ନିଗ୍ଧା ମିହିର ଦାସଙ୍କ ଠାରୁ ତାଙ୍କ ସ୍ତ୍ରୀ ଙ୍କ ସହିତ 
ଅତ୍ୟନ୍ତ କ୍ଲୋଜ୍ ଥିଲେ।ମିହିର ଦାସଙ୍କ ସହିତ ସେ ବହୁତ ଚଳଚ୍ଚିତ୍ର ରେ କାମ କରିଛନ୍ତି।ମିହିର ଦାସ ଙ୍କ ସ୍ତ୍ରୀ ତାଙ୍କର ଅଧିକ ଘନିଷ୍ଠ ବନ୍ଧୁ ଥିଲେ।
ମିହିର ଦାସ ଙ୍କ ପରଲୋକ ରେ ଅଭିନେତ୍ରୀ ସ୍ନିଗ୍ଧା ପୁରା ଭାଙ୍ଗି ପଡ଼ିଥିଲେ। ରିକି ଯେତେବେଳେ ଛୋଟ ଥିଲେ ସେତେବେଳେ ଅଭିନେତ୍ରୀ ସ୍ନିଗ୍ଧା ତାଙ୍କର ବହୁତ ଯତ୍ନ ନେଇଥିଲେ।
କିନ୍ତୁ ପିଲାମାନେ ଯେତେବେଳେ ବଡ଼ ହେଲେ ତାଙ୍କ ସହିତ କଥା ହେବା ପାଇଁ ତାଙ୍କ ଭଲ ମନ୍ଦ ବୁଝିବା ପାଇଁ ବହୁତ ଚେଷ୍ଟା କରିଥିଲେ।
ଅଭିନେତ୍ରୀ ସ୍ନିଗ୍ଧା ସବୁବେଳେ ଫେସ୍ ବୁକ୍ ହେଉ ବା ମେସେଞ୍ଜର ରେ ହେଉ ମେସେଜ କରିଥାନ୍ତି।ଆଉ ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଚାହିଁଥିଲେ।କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ।
ସେମାନେ ତାଙ୍କ ଲାଇଫ ରେ ପୁରା ବ୍ୟସ୍ତ ରହିଲେ।ଆଉ ସମ୍ପର୍କ ରେ ରହିଲେ ନାହିଁ।କିନ୍ତୁ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ମା ହିସାବରେ ସେହିଭଳି ଭଲ ପାଇବା ସବୁଦିନ ପାଇଁ ରହିଗଲା।ତାଙ୍କୁ ବହୁତ କଷ୍ଟ ଲାଗୁଛି।
ଅମ୍ଳାନ ଆଉ ଅକ୍ଲାନ୍ତ ଦୁଇ ଜଣ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଙ୍କ ଝିଅ ସହିତ ସବୁବେଳେ ଖେଳି ଥାଆନ୍ତି।ବାହାରକୁ ଏକାଠି ବୁଲିବାକୁ ମଧ୍ୟ ଯାଉଥିଲେ।କିନ୍ତୁ ବର୍ତ୍ତମାନ ଅକ୍ଲାନ୍ତ ଙ୍କ ମୃ-ତ୍ୟୁ ହୋଇଗଲା ଅଭିନେତ୍ରୀ ସ୍ନିଗ୍ଧା କିଛି କରି ପାରିଲେ ନାହିଁ
ଆଉ ତାଙ୍କୁ ଦେଖା କରିବାକୁ ଯାଇ ପାରିଲେ ନାହିଁ।ସବୁ ସରିଲା ପରେ ସେ ଖବର ପାଇଲେ।ତାଙ୍କୁ ବହୁତ ଖରାପ ଲାଗୁଛି।ସବୁକିଛି ଧ୍ଵଂସ ହୋଇଯାଉଛି।ଅଭିନେତ୍ରୀ ସ୍ନିଗ୍ଧା ଅମ୍ଳାନ ଙ୍କୁ କହିଛନ୍ତି ଭଲରେ ରୁହନ୍ତୁ।ଆଜିକାଲି ପିଲା ମାନଙ୍କୁ ସମ୍ଭାଳିବା କେତେ ଯେ କଷ୍ଟ ତାହା ବାପା ମା ହିଁ ଜାଣିଛନ୍ତି।