Movie prime

କାଇ ଚଟଣୀ ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ ଦେଖନ୍ତୁ କେମିତି ଚାଲିଛି ପ୍ରସ୍ତୁତି

 
Viral News
କାଇ ପିମ୍ପୁଡ଼ି ବହୁତ ସୁଆଦିଆ ବୋଲି କୁହାଯାଏ।ଆଦିବାସୀ ମାନେ ଏହି କାଇ ପିମ୍ପୁଡ଼ି ଖାଇଥାନ୍ତି।କାରଣ ଏହା ତାଙ୍କର ପାରମ୍ପରିକ ଖାଦ୍ୟ।କାଇ ପିମ୍ପୁଡ଼ି ଚଟଣୀ ସହିତ ପଖାଳ ଭାତ ଖାଇଥାନ୍ତି।
ଯଦି କାଇ ପିମ୍ପୁଡ଼ି ଚଟଣୀ ତାଙ୍କ ପାଖରେ ଅଛି ତାହେଲେ ଆଉ କିଛି ଦରକାର ନାହିଁ।ସକାଳୁ ସକାଳୁ କାଇ ପିମ୍ପୁଡ଼ି ର ଚଟଣୀ ସହିତ ପଖାଳ ଵେଲେ ଖାଇ ଦେଇ ଆଦିବାସୀ ମାନେ ତାଙ୍କ ନିତ୍ୟ କାମରେ ବାହାରି ଯାଇଥାନ୍ତି।
ସେଥିପାଇଁ ଆଦିବାସୀ ଙ୍କ ସାପ୍ତାହିକ ହାଟରେ କାଇ ପିମ୍ପୁଡ଼ି ବିକ୍ରି ହୋଇଥାଏ।ଦେଖିବାକୁ ମିଳିଛି ପଣସ ପତ୍ରରେ ଏକ ମାପରେ ରଖାଯାଇ ବିକ୍ରି କରାଯାଉଛି।ଖାଲି ପତ୍ରରେ ନୁହେଁ ବସ୍ତାରେ ମଧ୍ୟ କାଇ ପିମ୍ପୁଡ଼ି ମାନେ ଭର୍ତି ହୋଇ ରହିଛନ୍ତି।
ଯାହାକୁ ଆଦିବାସୀ ମାନେ ବଣ ଜଙ୍ଗଲ ରୁ ଧରି ଆଣିଥାନ୍ତି।ଆଉ ତାକୁ ସାପ୍ତାହିକ ହାଟରେ ରଖି ବିକ୍ରି କରୁଛନ୍ତି। ହଜି ଯାଉଥିବା ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ହେଉଛି କାଇ ପିମ୍ପୁଡ଼ି।
କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ସେମାନଙ୍କର ପାରମ୍ପରିକ ଖାଦ୍ୟ କାଇ ପିମ୍ପୁଡ଼ି ବା ନାଲି ଜନ୍ଦା।
ଏହି କାଇ ପିମ୍ପୁଡ଼ି କୁ କଞ୍ଚା ଧରି ସେଥିରେ ରସୁଣ, କଞ୍ଚାଲଙ୍କା, ଅଦା, ପୋଦିନା ପତ୍ର ଅଳ୍ପ ଟିକେ ଖଟା ପକାଇ ଚଟଣୀ କରି ପଖାଳ ରେ ଖାଇଥାନ୍ତି।କୁହାଯାଏ ଯେ ଏହା ବହୁତ ସୁଆଦିଆ।
କାଇ ପିମ୍ପୁଡ଼ି ଖାଦ୍ୟ ଯଦି ତାଙ୍କ ପାଖରେ ଅଛି ଆଉ କିଛି ଖାଦ୍ୟ ତାଙ୍କୁ ଦରକାର ନାହିଁ ବୋଲି ଆଦିବାସୀ ମାନେ କହିଥାନ୍ତି।
କେବଳ ସେତିକି ନୁହେଁ କାଇ ପିମ୍ପୁଡ଼ି କୁ ଅଳ୍ପ ଟିକେ ସୋରିଷ ତେଲ ଦେଇ ଭାଜିକି ମଧ୍ୟ ମୁଢ଼ି ରେ ଗୋଳାଇ ଆଦିବାସୀ ମାନେ ଖାଇଥାନ୍ତି।
ଶୀତ ଦିନେ ଆସିଲେ ଏହା ଆଦିବାସୀ ମାନଙ୍କର ନିତିଦିନିଆ ଖାଦ୍ୟ ପାଲଟି ଯାଏ।ଶୀତଦିନ ରେ କାଇ ପିମ୍ପୁଡ଼ି ମାନେ ଗଛର ପତ୍ରରେ ଅଣ୍ଡା ଦେଇଥାନ୍ତି।
ଆଉ ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି କି ଶୀତଦିନେ କାଇ ପିମ୍ପୁଡ଼ି ଖାଇଲେ ଥଣ୍ଡା, ଜ୍ଵର,ଆଣ୍ଠୁ ଗଣ୍ଠି ବ୍ୟଥା ଆଉ ଶ୍ୱାସ ଭଳି ରୋଗ ଭଲ ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.