ପ୍ରଶଂସା ର ପାତ୍ର ସାଜିଲେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଉଦ୍ଧାର କରିବାରେ ଆସିଲେ ଆଗକୁ ଦେଖନ୍ତୁ ଦୃଶ୍ୟ Amarnath Yatra
Mon, 11 Jul 2022

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ସବୁ ଠାରୁ ବଡ଼ ଖବର ଆସି ପହଞ୍ଚିଛି ଅମରନାଥ କୁ ତୀର୍ଥ କରିବାକୁ ଯାଇଥିବା ରାୟଗଡ଼ା ସ୍ଥିତ ୫ ଶ୍ରଦ୍ଧାଳୁ ସେଠାରେ ଫସି ରହିଥିଲେ। ଅମରନାଥ ର ଗୁମ୍ଫାରେ ବାଦଲ ଫଟା ବର୍ଷା ଦ୍ବାରା ଅନେକ ଲୋକ ମାନଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ମଧ୍ୟ ଘଟିଛି। ହେଲେ ଅଳ୍ପ କେ ବର୍ତ୍ତି ଯାଇଛନ୍ତି ଏହି ୫ ଜଣ ଶ୍ରଦ୍ଧାଳୁ।
ଏବେ ଜିଲ୍ଲା ପ୍ରଶାସନ ଙ୍କ ସାହାଯ୍ୟ ରେ ସେ ସଭିଙ୍କୁ ଉଦ୍ଧାର ମଧ୍ୟ କରାଯାଇ ଅଛି। ଅମରନାଥ ଗୁମ୍ଫାରେ ସେ ସଭିଏଁ ଏକ ଅସ୍ଥାଇ ବାସ ସ୍ଥଳି କରି ରହିଥିଲେ ଓ ସେହି ସମୟରେ ସେଠରେ ହୋଇଥିଲା ବାଦଲ ଫଟା ବର୍ଷା। କିଛି ମୁହୂର୍ତ୍ତ ମଧ୍ୟରେ ସବୁ କିଛି ଛାର ଖାର ହୋଇ ଧ୍ଵଂସ ବିଧ୍ୱଂଶ ହୋଇ ଗଲା। ରଚି ଦେଇ ଗଲା ତାର ତାଣ୍ଡବ ଲୀଳା।
ଏଥି ଯୋଗୁଁ ଅନେକ ଲୋକ ମାନଙ୍କର ମଧ୍ୟ ଏଥିରେ ମୃ-ତ୍ୟୁ ଘଟି ଥିଲା। ହେଲେ ଆମର ୫ ଜଣ ଓଡିଆ ଏଥିରୁ ବର୍ତ୍ତି ଯାଇଥିଲେ। ସେମାନେ ନିଜ ଜୀବନ ବଞ୍ଚାଇ ପ୍ରଥମେ ସେନା କ୍ୟାମ୍ପ ରେ ଥିଲେ ଓ ଏହା ପରେ ସେମାନେ ସେଠାରୁ ରାତିରେ ଚାଲି ଚାଲି ଆସି ପଞ୍ଚ ତରଣି ରେ ପହଞ୍ଚି ଥିଲେ। ସେଠାରୁ ପୁଣି ଚାଲିବା ଆରମ୍ଭ କରି ୧୮ ହଜାର ଫୁଟ ଉଚ୍ଚରେ ଥିବା ବାଲ ତାଲ୍ ଅଭିମୁଖେ ଯାତ୍ରା କରିଥିଲେ। ମୋବାଇଲ ରେ ଭିଡିଓ କରି ସରକାର ଙ୍କୁ ନିବେଦନ କରିଥିଲେ ତାଙ୍କୁ ରକ୍ଷା କରିବା ପାଇଁ ଏହା ପରେ ସେମାନଂକୁ ସେଠାରୁ ଉଦ୍ଧାର କରାଯାଇ ଥିଲା।