Movie prime
ଏହି ଗାଁ ର ମୁଖ୍ୟମନ୍ତ୍ରୀ ୨ ଜଣ ସରପଞ୍ଚ ଦୁଇ ଜଣ ଦେଖନ୍ତୁ ଏହି ଗାଁ ର ଚଳନି କଣ କେମିତି ରୁହନ୍ତି ୨ ଜଣ ମୁଖ୍ୟମନ୍ତ୍ରୀ ଙ୍କ ସହ
 
Viral news
ନମସ୍କାର ପାଠକ ବନ୍ଧୁ ଗଣ। ଗୋଟେ ଗାଁ ଦୁଇ ଟି ସରପଞ୍ଚ। ଜଣେ ଓଡ଼ିଆ ଜଣେ ଆନ୍ଧ୍ର। ଗୋଟେ ଗାଁ ରେ ଚାଲିଛି ଦୁଇ ଟି ରାଜ୍ୟ ର ଶାସନ । ଖାଇ ପିଇ ଜନତା ଖୁସି। ହାତରେ ଥାଇ ଜାବୁଡ଼ି ନ ପାରି ଓଡ଼ିଶା ପ୍ରଶାସନ ଚୁପ୍। ଦେଖଣାହାରୀ ହୋଇଛି ଓଡ଼ିଶା ପ୍ରଶାସନ।
ଗୋଟେ ପଟେ ଓଡ଼ିଶା ର ଶାସନ ଆଉ ଗୋଟେ ପଟେ ଆନ୍ଧ୍ର ଶାସନ। ଗୋଟିଏ ମୁଦ୍ରା ର ଦୁଇ ଟି ପାର୍ଶ୍ଵ ଭଳି କିଭଳି ଗୋଟିଏ ସ୍ଥାନ ରେ ଚାଲିଛି ଦୁଇଟି ଶାସନ ସେନେଇ ସାଧାରଣ ରେ ମାଳ ମାଳ ପ୍ରଶ୍ନ।
ଥରେ ବନ୍ଧୁ ଗଣ ନଜର ପକାଇଲେ ଆପଣ ଜାଣି ପାରିବେ ଯେ କିଭଳି ଗୋଟେ ବ୍ୟକ୍ତି ନାମ ରେ ରହିଛି ଦୁଇ ଟି ରାଜ୍ୟ ର ଭୋଟର କାର୍ଡ।
ଏବଂ ଦୁଇ ଭାଷା ରେ ଥିବା ଦୁଇ ଟି ଆଧାର କାର୍ଡ।
କେବଳ ସେତିକି ନୁହେଁ ଗୋଟିଏ ସ୍ଥାନ ରେ ରହିଛନ୍ତି ଦୁଇ ଦୁଇ ଟି ସରପଞ୍ଚ। ଯେତେବେଳେ ଓଡ଼ିଶା ର ନିର୍ବାଚନ ହୋଇ ଥିଲା ଠିକ୍ ସେତିକି ବେଳେ ଆନ୍ଧ୍ର ମଧ୍ୟ ସମାନ ସ୍ଥାନ ରେ ପୁଣି ନିର୍ବାଚନ କରି ଜନ ପ୍ରତିନିଧି ଙ୍କୁ ଠିଆ କରି ଥିଲା।
ବିନା ଦ୍ଵନ୍ଦ ରେ ସୀମାନ୍ତ ବାସୀ ମାନେ ଅଲଗା ଅଲଗା ରାଜ୍ୟ ର ସରପଞ୍ଚ କୁ ଭୋଟ ଦେଇ ପ୍ରତିନିଧି ବାଛି ଥିଲେ।
ଏହା ହେଉଛି ସେହି ଗ୍ରାମ ଯେଉଁଠି ବର୍ଷ ବର୍ଷ ଧରି ଚାଲିଛି ଆନ୍ଧ୍ର ଓ ଓଡ଼ିଶା ର ବିବାଦ। କୋଟିଆ ଗ୍ରାମ ରେ ବର୍ଷ ବର୍ଷ ଧରି ଡେଣା ମେଲେଇ ଚାଲିଛି ଆନ୍ଧ୍ର। ଓଡ଼ିଶା ମାଟି ରେ ଆନ୍ଧ୍ର ଚାଷ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ପାଠ।